ଓଡିଶା

odisha

BaliYatra: ଆଜି ସରିବ ବାଲିଯାତ୍ରା, ନିରାଶ କୋଲକାତା ଫୁଲ ବ୍ୟବସାୟୀ

By

Published : Nov 17, 2022, 3:59 PM IST

Published : Nov 17, 2022, 3:59 PM IST

Updated : Feb 3, 2023, 8:32 PM IST

କଟକ: ଆଜି ଶେଷ ହେବ ବାଲିଯାତ୍ରା (Baliyatra 2022)। ସବୁ ବ୍ୟବସାୟୀ କିପରି ଭଲ ସେ ଆଜି ବେପାର କରିବେ ସେନେଇ ସକାଳୁ ଷ୍ଟଲ ଖୋଲି ଗ୍ରହକଙ୍କୁ ଚାହିଁ ରହିଛନ୍ତି । ଏହାରି ମଧ୍ୟରେ ନିରାଶ ହୋଇଛନ୍ତି କୋଲକାତା ଫୁଲ ବ୍ୟବସାୟୀ (Flower seller in Baliyatra)। ଦୀର୍ଘ ୧୦ ଦିନ ମଧ୍ୟରେ ମୂଳ ଧନ ପାଇବା ମଧ୍ୟ କଷ୍ଟ ହୋଇ ପଡି଼ଛି । କାହିଁକି ନା ଲୋକମାନେ ବିଭିନ୍ନ ଭେରାଇଟ ଫୁଲକୁ ଦେଖିବା ପାଇଁ ଆସି ନ କିଣି ଫେରି ଯାଉଛନ୍ତି । ଯାହାଦ୍ବାରା ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଛି। ଏପରି ସ୍ଥଳେ ଆଜି ବାଲିଯାତ୍ରା ଶେଷ ହେବ । ତେଣୁ ଆଜି ଟିକେ ଭଲ ବ୍ୟବସାୟ ହେବା ଲକ୍ଷ୍ୟରେ ରହିଛନ୍ତି ଫୁଲ ବ୍ୟବସାୟୀ । ଗତ ୨୦୧୯ ବାଲିଯାତ୍ରାରେ ଭଲ ଫୁଲ ବ୍ୟବସାୟ ହୋଇଥିଲା ହେଲେ ଚଳିତବର୍ଷ ବାଲିଯାତ୍ରା ସମ୍ପୂର୍ଣ୍ଣ ନିରାଶ କରିଥିବା କହିଛନ୍ତି ବ୍ୟବସାୟୀ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details