ଓଡିଶା

odisha

jwala mukhi ratha rituals

ETV Bharat / videos

ଠାକୁରାଣୀ ଯାତ୍ରାରେ ରଥ ପରମ୍ପରା, କାଳୁପାତ୍ର ସାହିରେ ଜ୍ୱାଳାମୁଖୀ ରଥ ଉନ୍ମୋଚିତ

By

Published : Apr 17, 2023, 12:14 PM IST

ବ୍ରହ୍ମପୁର: ମା' ବୁଢୀ ଠାକୁରାଣୀଙ୍କ ଆଗମନରେ ଦୁଲୁକୁଛି ବ୍ରହ୍ମପୁର । ରବିବାର ମା ବୁଢୀ ଠାକୁରାଣୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା ମାଁ ଜ୍ୱଳାମୁଖୀ ରଥ । ଦୀର୍ଘ 84 ବର୍ଷ ଧରି ବ୍ରହ୍ମପୁର ସହରର କାଳୁପାତ୍ର ସାହିରେ ମା'ଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସମୟରେ ସାହିବାସିନ୍ଦା ପକ୍ଷରୁ ଆୟୋଜିତ ହୋଇଆସୁଛି ଠାକୁରାଣୀ ଯାତ୍ରାର ଅନ୍ଯତମ ଆକର୍ଷଣ ମା' ଜ୍ୱାଳାମୁଖୀ ରଥ । ଏପରିକି ଯାତ୍ରାର ପରମ୍ପାରା ଅନୁଯାୟୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମା'ଙ୍କ ଘଟ ସାହି ପରିକ୍ରମା ସମୟରେ କାଳୁପାତ୍ର ସାହିରେ ଜ୍ୱଳାମୁଖୀ ରଥକୁ ନିମନ୍ତ୍ରଣ କରିଥାନ୍ତି ମା'। ଏହାପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ବିଛଣା ରଥକୁ ଉନ୍ମୋଚିତ କରିବା ପରେ ମା' କାଳୁପାତ୍ର ସାହିକୁ ପରିକ୍ରମା କରି ନିଜ ଉପସ୍ଥିତିରେ ଏହି ରଥକୁ ଜୀବନ୍ୟାସ ପ୍ରଦାନ କରିଥାନ୍ତି । ସେହି ସମୟର ଦୃଶ୍ଯକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆବେଗ ଦେଖିବାକୁ ମିଳିଥାଏ ।  ଯାତ୍ରାର ଦ୍ୱିତୀୟ ସପ୍ତାହ ଶେଷ ବେଳକୁ ମା' ଜ୍ୱଳାମୁଖୀରଥର ଉନ୍ମୋଚନ ପରେ ସହରରେ ଭକ୍ତଙ୍କ ଭିଡ ବହୁ ମାତ୍ରାରେ ବୃଦ୍ଧି ପାଇଥାଏ ।  ଏହି ଅବସରରେ କାଳୁପାତ୍ର ସାହିବାସିନ୍ଦା ସମେତ ମା' ଜ୍ୱାଳାମୁଖୀ ରଥ କମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ଯ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details