ଓଡିଶା

odisha

କେଦାରନାଥରେ ଫୁଲୁଛି ଅଳକାନନ୍ଦା, ପାଗରେ ସାମାନ୍ୟ ସୁଧାର ଆସିବା ପରେ ପୁଣି ଯାତ୍ରାକୁ ଅନୁମତି

By

Published : Jun 26, 2023, 5:46 PM IST

କେଦାରନାଥରେ ଫୁଲୁଛି ଅଳକାନନ୍ଦା, ପାଗରେ ସାମାନ୍ୟ ସୁଧାର ଆସିବା ପରେ ପୁଣି ଯାତ୍ରାକୁ ଅନୁମତି

ଡେରାଡୁନ:ଉତ୍ତର ଭାରତରେ ପ୍ରବଳ ବର୍ଷା କାରଣରୁ ଦେବଭୂମି ଉତ୍ତରାଖଣ୍ଡ ମଧ୍ଯ ବିଶେଷ ଭାବେ ପ୍ରଭାବିତ ହୋଇଛି । କେଦାରନାଥ ଧାମ ଦେଇ ପ୍ରବାହିତ ହୋଇ ଥିବା ଅଲକାନନ୍ଦ ଓ ମନ୍ଦାକିନୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଯାତ୍ରାକୁ ବନ୍ଦ ରଖିଥିଲା ସ୍ଥାନୀୟ ପ୍ରଶାସନ । ଆଜି କେଦାରନାଥ ଧାମରେ ପାଗରେ ସୁଧାର ଆସିବା ପରେ ଏହାରୁ ପୁଣି ଥରେ ଅନୁମତି ମିଳିଛି । ପାଗ ସଫା ହେବା ପରେ ପ୍ରାୟ 15 ହଜାର ଶ୍ରଦ୍ଧାଳୁ କେଦାରନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଭକ୍ତଙ୍କୁ ସତର୍କ ରହିବା ସହ ପାଗ ଦେଖି ଯାତ୍ରା ଆରମ୍ଭ କରିବାକୁ କୁହାଯାଇଛି । ପାଗରେ ପୁଣି ଥରେ ପରିବର୍ତ୍ତନ ଦେଖାଗଲେ ଯାତ୍ରାକୁ ବନ୍ଦ କରାଯାଇପାରେ । ସ୍ଥାନୀୟ ପୋଲିସ ଘାଟି ରାସ୍ତାରେ ସୁରକ୍ଷା ବଢାଇବା ସହ ନଦୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନରେ ଏବେ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । 

ABOUT THE AUTHOR

...view details