ଓଡିଶା

odisha

kartik rasa utsav

ETV Bharat / videos

ମା' ଶାରଳାଙ୍କ ପୀଠରେ ଶେଷ ହେଲା କାର୍ତ୍ତିକ ରାସ ଉତ୍ସବ

By ETV Bharat Odisha Team

Published : Nov 29, 2023, 8:08 AM IST

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ଝଙ୍କଡ଼ ବାସିନୀ ମା' ଶାରଳାଙ୍କ ପୀଠରେ ଶେଷ ହେଲା କାର୍ତ୍ତିକ ରାସ ଉତ୍ସବ। ତେବେ ଏଠାରେ କାର୍ତ୍ତିକ ମାସର ପଞ୍ଚୁକଠାରୁ ଆରମ୍ଭ ହୋଇଥିବା ରାସ ଉତ୍ସବ ଛାଡଖାଇ ପର୍ଯ୍ୟନ୍ତ ଚାଲିଥାଏ। ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ଵାରା ରଚିତ ରାସକୁ ପଞ୍ଚୁକ ପାଞ୍ଚଦିନ ପର୍ଯ୍ୟନ୍ତ ମନ୍ଦିର ମଧ୍ୟରେ ଥିବା ରାସ ମଣ୍ଡପରେ ସୁଲଳିତ ସ୍ୱରରେ ଗାୟନ କରାଯିବାର ବିଧି ରହିଛି। ପଞ୍ଚୁକ ପାଞ୍ଚଦିନ ଯାକ ମା'ଙ୍କ ନିକଟରେ ସନ୍ଧ୍ୟା ଆଳତୀ ସମାପନ ପରେ ବାଳଭୋଗ ରାତି ୧୧ଟାରେ ଶଙ୍କୁଡ଼ି ଭୋଗ ଓ ମହାପ୍ରସାଦ ଅର୍ପଣ ପରେ ମା' ଶାରଳାଙ୍କ ଚଳନ୍ତି ବିଗ୍ରହ ରାସ ମଣ୍ଡପକୁ ବିଜେ କରିଥାଆନ୍ତି । ଓଡ଼ିଶାର ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିର ବିଶେଷ କରି ରାଧାକୃଷ୍ଣଙ୍କ ମନ୍ଦିରରେ ରାସୋତ୍ସବ ପାଳିତ ହେଉଥିବା ବେଳେ ଶାରଳାଙ୍କ ପୀଠରେ ଦେବୀ ନିଜେ ରାସ ମଣ୍ଡପକୁ ବିଜେ କରିଥାଆନ୍ତି । ପଞ୍ଚୁକ ପାଞ୍ଚଦିନ ପର୍ଯ୍ୟନ୍ତ ନିଶାର୍ଦ୍ଧରେ ବିଜେ କରିଥାନ୍ତି ମା' ଶାରଳା । ପ୍ରଥମ ଦିନଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ନିଶାର୍ଦ୍ଧରେ ରାସ ଉତ୍ସବ କରାଯାଇଥିବା ବେଳେ ଛାଡ଼ଖାଇ ଦିନ ଏହା ଉଦଯାପିତ ହୋଇଥାଏ । ବିଶ୍ୱାସ ରହିଛି ରାସ ମଣ୍ଡପରେ ଦେବୀଙ୍କୁ ଲାଗି ହୋଇଥିବା ସୋଲର ଫୁଲକୁ ଘରେ ରଖିଲେ ବିପଦ ନାଶ ହୋଇଥାଏ । 

ଏହା ମଧ୍ୟ ପଢନ୍ତୁ- ମା’ ଶାରଳାଙ୍କ ଏକାଦଶୀ ବ୍ରତ, ଲୋକରଣ୍ୟ ଦେବୀଙ୍କ ପୀଠ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details