ଓଡିଶା

odisha

little cobra curled inside shoe

ETV Bharat / videos

Watch Video: ଜୋତାରେ ଛପିଥିଲେ କୁନି ନାଗରାଜ

By

Published : Jun 29, 2023, 11:11 AM IST

ବେଙ୍ଗାଲୁରୁ:ଘରୁ କେଉଁ ଆଡେ ବାହାରିବା ବେଳେ ତରତର ହୋଇ ପିନ୍ଧିଥାନ୍ତି ଜୋତା । ଆପଣ ବି ଯଦି ସେମିତି ଜୋତା ପିନ୍ଧୁଥାନ୍ତି ତାହାଲେ ସାବଧାନ ! ଆପଣଙ୍କ ଜୋତାରେ ବି ଲୁଚି ଥାଇପାରେ ସାପ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଧରଓ୍ବାଡ ଜିଲ୍ଲା ହୋସୟାଲ୍ଲାପୁର ଅଞ୍ଚଳରେ । ଏଠି ଜଣେ ବ୍ୟକ୍ତିଙ୍କ ଘରେ ଥିବା ଜୋତାରୁ ନାଗ ସାପକୁ ଉଦ୍ଧାର କରିଛନ୍ତି ।

ସୂଚନା ମୁତାବକ, ବ୍ୟକ୍ତି ଜଣକ ଘର ସାମ୍ନାରେ ଆବର୍ଜନା ସଫା କରୁଥିବା ସମୟରେ ଘର ବାହାରେ ଥିବା ଜୋତା ଭିତରେ ସାପ ଛୁଆକୁ ଦେଖିଥିଲେ । ସାପକୁ ଦେଖି ନନ୍ଦିତା ସଙ୍ଗେ ସଙ୍ଗେ ସାପ ଉଦ୍ଧାରକାରୀ ଟିମକୁ ଜଣାଇଥିଲେ । ୟାଲାପ୍ପା ଜୋଡାଲୀ ନାମକ ଜଣେ ସାପ ଧରାଳି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସାପ ଛୁଆକୁ ଉଦ୍ଧାର କରିଥିଲେ ।  

ଘରେ କିଛି ଦିନ ଧରି ପଡିରହିଥିବା ଜୋତା ଓ ଦୀର୍ଘ ସମୟ ଧରି ରଖାଯାଇଥିବା ପୁରୁଣା ଜିନିଷ ଭିତରେ ବିଛା, ସାପ ଇତ୍ୟାଦି ପଶିଯିବାର ସମ୍ଭାବନା ରହିଥାଏ । କାରଣ ଏଗୁଡିକ ଛାୟାଯୁକ୍ତ ତଥା ଅନ୍ଧାର ଓ ଗରମ ସ୍ଥାନ ହୋଇଥିବା କାରଣରୁ ସାପଙ୍କୁ ଏହା ଉପଯୋଗୀ ବାତାବରଣ ଯୋଗାଇଥାଏ । ତେଣୁ ସେମାନେ ଏଠାରେ ସହଜରେ ଲୁଚି ରହିପାରନ୍ତି । ତେଣୁ ଘରେ ଅଧିକ ସମୟ ଧରି ପଡି ରହିଥିବା ସାମଗ୍ରୀରେ ଏପରି ଆଶଙ୍କା ପ୍ରାୟତଃ ରହୁଥିବା ବେଳେ ଏହାକୁ ବ୍ୟବହାର କରିବା ପୂର୍ବରୁ ଅଧିକ ଯତ୍ନଶୀଳ ହେବାକୁ ନିବେଦନ କରିଥିଲେ ୟାଲାପ୍ପା  । 

ABOUT THE AUTHOR

...view details