ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ସମ୍ବାଦିକ ସଂଘ
Published : Nov 3, 2023, 10:53 PM IST
ଜଗତସିଂହପୁର: ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡି଼ଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ଦୁର୍ବ୍ୟବହାର ଘଟଣା । ତେଜୁଛି ଟୁଟୁଙ୍କ ପ୍ରତି ଅସନ୍ତୋଷ । ଏନେଇ ତାତିଛି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ । ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଆଜି ଜଣେ ମହିଳା ସମ୍ବାଦିକାଙ୍କୁ ଯେଉଁଭଳି ଭାବେ ସିନେ ପ୍ରଯୋଜକ ଟୁଟୁ ନାୟକ ସର୍ଵ ସମୁଖରେ ମାଡ଼ ମାରିଲେ ତାହା କୌଣସି ସଭ୍ୟ ସମାଜରେ ଗ୍ରହଣ ଯୋଗ୍ୟ ନୁହେଁ । ସମ୍ବାଦିକା ଜଣଙ୍କ ଖବର ସଂଗ୍ରହ କରିବାକୁ ଅପେକ୍ଷା କରିଥିବା ସମୟରେ ସିନେ ପ୍ରଯୋଜକ ଟୁଟୁ ତାଙ୍କୁ ଚାପୁଡ଼ା ମାରିବା ଓ ସର୍ବ ସମ୍ମୁଖରେ ମହିଳା ସମ୍ବାଦିକାଙ୍କ ଦେହରେ ହାତ ଲଗାଇବା ଭଳି ଘୁନ୍ୟ କାର୍ଯ୍ୟ କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ । ଯଦି ଟୁଟୁ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....Journalist Attacked: ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ: ନରସିଂହ ମିଶ୍ର
ଇଟିଭି ଭାରତ, ଜଗତସିଂହପୁର