IRCTC Tour Package: କମ ଖର୍ଚ୍ଚରେ ବୁଲନ୍ତୁ ଭାରତ, IRCTC ଆଣିଲା ସ୍ବତନ୍ତ୍ର ପ୍ୟାକେଜ
ଖୋର୍ଦ୍ଧା: ବିଭିନ୍ନ ପୂଜା ପାର୍ବଣ ହେଉ ଅବା ଅନ୍ୟ ଛୁଟି ଦିନ, ଭଲ ଭଲ ସ୍ଥାନରେ ଛୁଟି କାଟିକାର ସୁଯୋଗ ଖୋଜିଥାନ୍ତି ପର୍ଯ୍ୟଟକ । ଅନେକ ଲୋକ ବିଭିନ୍ନ ତୀର୍ଥ ସ୍ଥାନ ବୁଲିବା ପାଇଁ ପାର୍ବଣ ସମୟକୁ ଅନେଇ ବସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ କମ୍ ଖର୍ଚ୍ଚରେ ଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରାଇବାକୁ ସ୍ବତନ୍ତ୍ର ପ୍ୟାକେଜ ଲଞ୍ଚ କରିଛି IRCTC । ରେଳ ବିଭାଗ ଅଧୀନରେ ଥିବା IRCTC ପକ୍ଷରୁ ଏୟାର ୱେରେ ଆସନ୍ତା ସ୍ୱାଧୀନତା ଦିବସ ଏବଂ ଦଶହରା ପାଇଁ ଭାରତ ଭ୍ରମଣର ଅଫର ଆରମ୍ଭ ହୋଇଛି । ପ୍ରସିଦ୍ଧ ତୀର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ଭ୍ରମଣ ପାଇଁ ସୁଲଭ ମୂଲ୍ୟରେ ସୁବିଧା ଜଣକ ପ୍ୟାକେଜର ବ୍ୟବସ୍ଥା କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ IRCTC ପକ୍ଷରୁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ: ରେଳ ଷ୍ଟେସନ ସାମ୍ନାରେ ଆଣ୍ଠୁଏ ପାଣି, ଯାତ୍ରୀ ଅସନ୍ତୋଷ
ଅଳ୍ପ ଖର୍ଚ୍ଚରେ କିପରି ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିପାରିବେ ସେଥିପାଇଁ ଏହି ନୂଆ ଯୋଜନାକୁ ଲଞ୍ଚ କରିଛି IRCTC । ଏଥିରେ ରହଣି ପାଇଁ 3 ଷ୍ଟାର ହୋଟେଲ ବ୍ୟବସ୍ଥା ସହ ଖାଦ୍ୟପେୟ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ପାଇଁ AC ବସ୍, ଦର୍ଶନୀୟ ସ୍ଥାନ ଭ୍ରମଣ ସହ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ଯୋଗାଇବାର ବ୍ୟବସ୍ଥା ରହିଛି । ରେଳ ବିଭାଗର ସହଭାଗିତାରେ ଥିବା IRCTC ଅନ୍ୟାନ୍ୟ ଟ୍ରାଭେଲ ସଂସ୍ଥା ଠାରୁ କମ ମୂଲ୍ୟ ଏବଂ ସୁରକ୍ଷିତରେ ଏହି ସୁଯୋଗ ଯୋଗାଉଥିବା ଅଧିକାରୀ କହିଛନ୍ତି । ପ୍ୟାକେଜରେ ଯାତ୍ରୀଙ୍କ ପାଇଁ ବୀମା ଓ ଗାଇଡ଼ ମଧ୍ୟ ରହିଛି । ଆଗାମୀ ସ୍ବାଧୀନତା ଦିବସ ଓ ଦଶହରା ପୂଜା ଛୁଟି ସମୟରେ ପର୍ଯ୍ୟଟକମାନେ ଏହି ଅଫର ପାଇପାରିବେ । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଜୟଦେବ ବିହାରରେ ଥିବା IRCTCର ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଅନଲାଇନରେ ବୁକିଂ କରିପାରିବେ ବୋଲି ସଂସ୍ଥାର ଜଏଣ୍ଟ ଜେନେରାଲ ମ୍ୟାନେଜର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା