ଓଡିଶା

odisha

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

ETV Bharat / videos

କଳା ଓ କଳାକାରଙ୍କୁ ମଞ୍ଚ ଯୋଗାଏ ଶୀତଳ ଷଷ୍ଠୀ ଯାତ୍ରା - ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

By

Published : May 26, 2023, 10:03 PM IST

ସମ୍ବଲପୁର: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଶହଶହ ବର୍ଷ ହେଲା ଏହି ଯାତ୍ରା ସମ୍ବଲପୁରର ପରିଚୟ ହୋଇ ରହିଛି  । ଏହା କେବଳ ଏକ ଯାତ୍ରା ନୁହେଁ ଏକ ସାଂସ୍କୃତିକ ମହାକୁମ୍ଭ ମଧ୍ୟ l ପ୍ରତ୍ୟେକ ବର୍ଷ ଏହି ଯାତ୍ରାରେ ସାମିଲ ହୁଅନ୍ତି ହଜାର ହଜାର ଲୋକ କଳାକାର l ହଜିଯାଉଥିବା କଳା ଓ କଳାକାରଙ୍କ ପାଇଁ ଏହା ଅନନ୍ୟ ମଞ୍ଚ । କାରଣ ଶୀତଳଷଷ୍ଠୀ ଆୟୋଜକମାନେ ସାରା ଦେଶରୁ ଲୋପ ପାଇଯାଉଥିବା ଲୋକକଳାଙ୍କୁ ପ୍ରାଥମିକତା ଦିଅନ୍ତି l ତେଣୁ ଯାତ୍ରା ଆରମ୍ଭ ଠାରୁ ବିଭିନ୍ନ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର ଏଠାରେ ସାମିଲ ହୁଅନ୍ତି । ପ୍ରତ୍ୟେକ ବର୍ଷ ମହାଦେବଙ୍କ ବରଯାତ୍ରୀ, ଶୋଭଯାତ୍ରା ଓ ଯୁଗଳ ମୂର୍ତ୍ତି ଶୋଭାଯାତ୍ରାରେ ସାମିଲ ହୋଇ ନିଜର କଳା ପରିବେଷଣ କରିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଦେଶର ବିଭିନ୍ନ ରାଜ୍ୟରୁ ଏହି କାଲକାରମାନେ ସମ୍ବଲପୁର ଆସନ୍ତି  । ମୁଖ୍ୟତଃ ଚଳିତ ଶୀତଳ ଷଷ୍ଠୀ ଯାତ୍ରାରେ ଆସାମର ବିହୁ, ପଞ୍ଜାବର ଭାଙ୍ଗଡ଼ା, ମହାରାଷ୍ଟ୍ରର ଲାବନି, କେରଳ ନୃତ୍ୟ, ଉଜ୍ଜୟିନୀର ଡମ୍ବରୁ ବାଦ୍ୟ ଗ୍ରୁପ, କାନ୍ତାରା, ଅଘୋରୀ ନୃତ୍ୟ, ଘୁମୁରା, ଆଦିବାସୀ ନୃତ୍ୟ ସହ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା l ପ୍ରତ୍ୟେକ ବର୍ଷ ଏହିଭଳି ଅନେକ ଲୁପ୍ତପ୍ରାୟ କଳା ଓ କଳାକାରଙ୍କୁ ଖୋଜି ଖୋଜି ଯାତ୍ରା କମିଟି ପକ୍ଷରୁ ଅଣାଯାଏ ଓ ସେମାନଙ୍କୁ ମଞ୍ଚ ପ୍ରଦାନ କରାଯାଏ  । 

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details