ଓଡିଶା

odisha

ସେନାର ହିମସ୍ଖଳନ ଉଦ୍ଧାର ଅପରେସନ ଅଭ୍ୟାସ, ଦେଖନ୍ତୁ ଭିଡିଓ

ETV Bharat / videos

ସେନାର ହିମସ୍ଖଳନ ଉଦ୍ଧାର ଅପରେସନ ଅଭ୍ୟାସ, ଦେଖନ୍ତୁ ଭିଡିଓ - avalanche rescue operations demo

By ETV Bharat Odisha Team

Published : Jan 13, 2024, 4:29 PM IST

ଶ୍ରୀନଗର:ନିୟନ୍ତ୍ରଣ ରେଖା ନିକଟରେ ସେନାର ହିମସ୍ଖଳନ ଉଦ୍ଧାର ଅପରେସନ । ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ନିୟୋଜିତ ଭାରତୀୟ ସେନା ୟୁନିଟ୍ ଏହି ଅପରେସନର ଡେମୋ ପ୍ରଦର୍ଶନ ସହ ଅଭ୍ୟାସ କରିଛି । ଗୋଟିଏ ଟିମ ଉଦ୍ଧାରକାରୀ ଦଳ ହୋଇଥିବା ବେଳେ ଅନ୍ୟଟି ଭୂସ୍ଖଳନରେ ପ୍ରଭାବିତ ଭାବେ ଅପରେସନରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ସେନାର ତାଲିମପ୍ରାପ୍ତ କୁକୁର ମଧ୍ୟ ଅଂଶଗ୍ରହଣ କରିଛନ୍ତି । 

ବିଭିନ୍ନ ସମୟରେ ହିମସ୍ଖଳରେ ସେନା ଯବାନ ଓ ପର୍ଯ୍ୟଟକଙ୍କ ମୃତ୍ୟୁ ହେବାର ନଜର ରହିଛି । ଏପରି ସ୍ଥିତିରେ ସର୍ଚ୍ଚ ଓ ଉଦ୍ଧାର ଅପରେସନ ବେଶ ଆହ୍ବାନପୂର୍ଣ୍ଣ ହୋଇଥାଏ । ବହୁ ଦିନ ପର୍ଯ୍ୟନ୍ତ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାରକାରୀ ଟିମକୁ ମିଶନ ଜାରି ରଖିବାକୁ ପଡେ । ଏପରି ସ୍ଥିତିରେ ପ୍ରଶିକ୍ଷିତ ସନ୍ଧାନୀ କୁକୁରର ବ୍ଯବହାର କରିବ ସେନା । ଦେଖନ୍ତୁ କିପରି ଥିଲା ଅପରେସନର ଡେମୋ ।

ଏହା ମଧ୍ୟ ପଢନ୍ତୁ:ପୁଞ୍ଚରେ ଆତଙ୍କୀ ଆକ୍ରମଣ, ସେନା ମୁଖ୍ୟ ପ୍ରଶାସକଙ୍କ ଗାଡ଼ିକୁ ଗୁଳିମାଡ଼

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details