ଓଡିଶା

odisha

Chhattisgarh Two youths india visit in cycle

ETV Bharat / videos

ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟ, ସାଇକେଲରେ ଭାରତ ଭ୍ରମଣ - ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା

By

Published : May 20, 2023, 4:06 PM IST

ବ୍ରହ୍ମପୁର:ଦିନକୁ ବୃଦ୍ଧି ହେବାରେ ଲାଗିଛି ନିଶା କାରବାର। ନିଶା ସେବନ କରି କିଏ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଛନ୍ତି ଯୁବପିଢି। ଏମିତିକି ନିଶା ଯୋଗୁଁ ଅନେକ ପରିବାର ମଧ୍ୟ ଉଜୁଡି ଯାଇଛି। କିଏ ନିଶା ଖାଇ ଜୀବନ ନେଉଛି ତ ଆଉ କିଏ ରୋଗ ବ୍ୟାଧିର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛି। ତେଣୁ ସମାଜରୁ ନିଶାକୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି  ଛତିଶଗଡ଼ର ଦୁଇ ଯୁବକ।  ଗତ ମେ ୯ ତାରିଖରୁ ରାଇଘରରୁ ବାହାରିଥିବା ଦୁଇ ଯୁବକ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି । ବିଭିନ୍ନ ସ୍କୁଲ କଲେଜ ଯାଇ ଯୁବପିଢିଙ୍କୁ ନିଶା ନିବାରଣ ସଚେତନତା କରିବା ସହ ସ୍ଲୋଗାନ ଦେଇ ବିଭିନ୍ନ ସହର ପରିଭ୍ରମଣ କରୁଛନ୍ତି । ଆଗାମୀ ଦିନରେ ପୁରା ଭାରତ ଭ୍ରମଣ କରି ସଚେତନତା ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟ ରଖିଥିବା କହିଛନ୍ତି। 

ଏହି ଦୁଇ ଯୁବକ ନିଜସ୍ୱ ଖର୍ଚ୍ଚରେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମେ ରାଇଘରରୁ ଯାତ୍ରୀ ଆରମ୍ଭ କରିଥିବା ବେଳେ ଓଡିଶାର ସମ୍ବଲପୁର, ଝାରସୁଗୁଡ଼ା, ରେଙ୍ଗାଳିରେ ସ୍ଥାନରେ ଯୁବବର୍ଗ ଓ ବସ୍ତିର ପିଲା ମାନଙ୍କୁ ନିଶାମୁକ୍ତ ସଚେତନତା ବାର୍ତ୍ତା ଦେବା ପରେ କଟକ ଭୁବନେଶ୍ୱର ଖୋର୍ଦ୍ଧା ଦେଇ ଗଞ୍ଜାମରେ ପହଞ୍ଚିଛନ୍ତି। ସାଇକେଲରେ ବାହାରିଥିବା ଦୁଇ ବନ୍ଧୁ ହେଲେ ହେମ କୁମାର ଏବଂ ଅମର । ସେମାନଙ୍କ କହିବା କଥା ନିଶା ଦ୍ୱାରା କିଭଳି ପରିବାର ଛାରଖାର ହେଉଛି ତାହା ଆମେ ଆଖିରେ ଦେଖିଛୁ ଏପରିକି ତାଙ୍କର ଜଣେ ବନ୍ଧୁ ଏହି ନିଶା କବଳରେ ପଡି ପ୍ରାଣ ହରାଇବା ପରେ ନିଶା ସେବନ ନ କରିବା ପାଇଁ ଯୁବପିଢିଙ୍କ ମଧ୍ୟରେ ସଚେତନତା କରାଇବୁ । ଯଦି ଏହି ସଚେତନ ମାଧ୍ୟମରେ ଯୁବକ ମାନେ ନିଶା କବଳରୁ ମୁକ୍ତ ହେଉଛନ୍ତି ତାହା ସବୁଠାରୁ ବଡ଼ ଉପହାର ହେବ । ନିଶା ମୁକ୍ତି ନ ହେବାପର୍ଯ୍ୟନ୍ତ ଆମର ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଦୁଇ ବନ୍ଧୁ । ଗଞ୍ଜାମ ପରେ ଭାୟା ଆନ୍ଧ୍ର ଦେଇ ଆଗକୁ ହାଇଦ୍ରାବାଦ ଯିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ଯୁବକ ।

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details