ସୋନପୁରରେ ସ୍ୱାଧୀନତା ଦିବସ ପାଳିତ, ପତକା ଉତ୍ତୋଳନ କଲେ ବୟନ ଶିଳ୍ପ ମନ୍ତ୍ରୀ
ସୋନପୁର: ଆଜି 77ତମ ସ୍ବାଧୀନତା ଦିବସ । ସୋନପୁରରେ ରାମେଶ୍ୱର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହାପରେ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ସ୍ବାଧୀନତା ଆନ୍ଦୋଳନ ସମୟରେ ସୋନପୁର ଗଡଜାତର ପ୍ରଜା ଆନ୍ଦୋଳନ ଓ ଏହାର ସେନାନୀଙ୍କ ସୃତି ଚାରଣ କରିଥିଲେ । ଗଣତାନ୍ତ୍ରୀକ ମୂଲ୍ୟବୋଧକୁ ରକ୍ଷା କରିବା ସହିତ ଜିଲ୍ଲାର ବିକାଶରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ ମନ୍ତ୍ରୀ । ଜିଲ୍ଲାର ବିକାଶ ଓ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଆଖି ଦୃଶିଆ ବିକାଶ ହୋଇ ପାରିଥିବା ବେଳେ କୃଷି ଓ ବୟନ ଶିଳ୍ପ ଜିଲ୍ଲାର ଅର୍ଥନୀତି ଉପରେ ନିର୍ଭର କରୁଛି ବୋଲି ମତ ରଖିଥିଲେ । ଏହି ସମାରୋହରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-Independence Day: କେନ୍ଦୁଝରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ
ଇଟିଭି ଭାରତ, ସୋନପୁର