ଓଡିଶା

odisha

income tax raid

ETV Bharat / videos

ମଦ ବ୍ୟବସାୟୀଙ୍କ ଘରେ ଆୟକର ରେଡ୍ - ବଲାଙ୍ଗୀରରେ ଆଇଟି ରେଡ

By ETV Bharat Odisha Team

Published : Dec 7, 2023, 7:49 AM IST

ବଲାଙ୍ଗୀର : ମଦ ବ୍ୟବସାୟୀଙ୍କ ବାସଭବନ ଓ ମଦଭାଟିରେ ଆୟକର ବିଭାଗର ଚଢାଉ ।  ଗତକାଲି  ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ମଦ ବ୍ୟବସାୟୀଙ୍କ ଘରେ ଏକକାଳୀନ ଆୟକର ବିଭାଗ ଚଢାଉ କରିଛି। ତେବେ ଏଥିରେ ବଲାଙ୍ଗୀର ଟିଟିଲାଗଡର ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ବାସ ଭବନ ଓ ମଦଭାଟିରେ ଚଢାଉ ହୋଇଥିବା ବେଳେ ସେହିପରି ଅନ୍ୟଜଣେ ମଦ ବ୍ୟବସାୟୀ ଦୀପକ ସାହୁଙ୍କ ଘର ଓ ମଦଭାଟିରେ ଏହି ଚଢାଉ ହୋଇଛି । ଅନ୍ୟପଟେ ବଲାଙ୍ଗୀର ସହରର ମଦ ବ୍ୟବସାୟୀ ଭୋଲା ବାବୁଙ୍କ ବାସଭବନ ଓ ତାଙ୍କ ସୁଦପଡ଼ା ସ୍ଥିତ ମଦଭାଟିରେ ଏହି ଚଢାଉ ହୋଇଥିଲା। ତେବେ ସିଆରପିଏଫ୍ ଯବାନଙ୍କ ସୁରକ୍ଷା ବଳୟ ମଧ୍ୟରେ 30 ଜଣିଆ ଆୟକର ଅଧିକାରୀଙ୍କ ଟିମ୍ ଏହି ଚଢାଉ କରିଥିଲେ । ଏହି ଚଢାଉ ବିଷୟରେ ସ୍ଥାନୀୟ ପ୍ରଶାସନ ପାଖରେ ମଧ୍ୟ ଖବର ନଥିବା ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ- ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ରେଡ୍‌, ୧୫ଟି ସ୍ଥାନରେ ଚଢାଉ

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details