WATCH VIDEO: ହାଇଦ୍ରାବାଦ-ବିଜୟୱାଡା ହାଇୱେରେ ଢେଉ ଖେଳୁଛି ବନ୍ୟା ଜଳ - ଯାତାୟାତ ଠପ୍
ହାଇଦ୍ରାବାଦ:ଗତ କିଛି ଦିନ ଧରି ତେଲେଙ୍ଗାନାରେ ଜାରି ରହିଛି ମୌସୁମୀ ବର୍ଷା । ଫଳରେ ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଢେଉ ଖେଳୁଛି ବନ୍ୟା ଜଳ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗୁରୁବାର ସନ୍ଧ୍ୟାଠାରୁ ଅନେକ ଯାନ କିସାରା ଟୋଲ ଗେଟ ନିକଟ ଐତାବରମଠାରେ ଅଟକି ରହିଛି । ଶୁକ୍ରବାର ସକାଳ ପର୍ଯ୍ୟନ୍ତ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବା ଦେଖିବାକୁ ମିଳିଛି । ସେପଟେ ମୁନେରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜାରି ଥିବା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ସରକାରୀ ସୂତ୍ରରୁ ଲୋକଙ୍କୁ ସଚେତନ କରାଯାଇଛି । ଗୁରୁବାର ସନ୍ଧ୍ୟାଠାରୁ ଐତାବରମ ଗ୍ରାମ ନିକଟରେ ବସ୍, ଟ୍ରକ ଆଦି ଭାରି ଯାନ ଅଟକି ରହିଛି । ଯାତାୟାତ ବାଧାପ୍ରାପ୍ତ ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବନ୍ୟା ଜଳ ରାସ୍ତା ଉପରେ ଚାଲୁଥିବାରୁ ସବୁ ଏକାକାର ଦୃଶ୍ୟମାନ ହେଉଛି ।