ଓଡିଶା

odisha

human chain for cancer awareness

ETV Bharat / videos

କର୍କଟ ରୋଗ ସଚେତନତା ନେଇ ବିଶାଳ ମାନବ ଶୃଙ୍ଖଳ

By

Published : Apr 16, 2023, 1:57 PM IST

ବ୍ରହ୍ମପୁର: କର୍କଟ ରୋଗ ସଚେତନତା ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ବିଶାଳ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମରେ ଶନିବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ କର୍କଟ ରୋଗ ନିରାକରଣ ଓ ପ୍ରତିକାର ବିଷୟରେ ସଚେତନ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନ ତରଫରୁ ଏହା ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାର ପ୍ରାୟ 800 ଛାତ୍ରଛାତ୍ରୀ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଇଟିଅଇ, ବ୍ରହ୍ମପୁର, କେସି ପବ୍ଲିକ୍ ସ୍କୁଲ ଓ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁରର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ କରାଯାଇଥିଲା। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ବିନୋଦ କୁମାର ବେହେରା, ଆଇ.ଏସ୍.ଆର୍.ଡି. ନିର୍ଦ୍ଦେଶକ ସୁଧିର ସାବତ ମାନବ ଶୃଙ୍ଖଳର କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details