ରାତି ପାହିଲେ ସାବିତ୍ରୀ, ଭାବନୀପାଟଣା ହାଟରେ ପ୍ରବଳ ଭିଡ - ଭାବନୀପାଟଣା ହାଟରେ ପ୍ରବଳ ଭିଡ
ଭବାନୀପାଟଣା: ରାତି ପାହିଲେ ପାଳନ ହେବ ହିନ୍ଦୁଧର୍ମୀ ମହିଳାଙ୍କ ପବିତ୍ର ସାବିତ୍ରୀ ବ୍ରତ । ପ୍ରତ୍ୟେକଟି ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରିବେ । ସାବିତ୍ରୀ ଅମାବାସ୍ୟାକୁ ନେଇ ଚଳଚଞ୍ଚଳ ହୋଇ ପଡିଛି ଗାଁ ଠୁ ସହର । କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବଜାର ହାଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସାବିତ୍ରୀ ଅମାବାସ୍ୟା ପାଇଁ ଫଳ, ଚୁଡ଼ି ଓ କପଡା ଦୋକାନରେ ଭିଡ ଦେଖିବାକୁ ମିଳିଛି ।
ସାବିତ୍ରୀ ଯୋଗୁଁ ବିଭିନ୍ନ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଥିଲେ ମଧ୍ୟ ଲୋକେ ବେଶ ଉତ୍ସାହର ସହ କିଣୁଥିବା ଦେଖାଯାଇଛି । ଜିଲ୍ଲା ସମତ ଭବାନିପାଟଣା ସହରର ଡେଲି ମାର୍କେଟ, ଲଷ୍ମୀ ବଜାରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆମ୍ବ ୧୦୦ ଟଙ୍କା କିଲୋ, ସେଓ ୨୫୦ରୁ ୨୦୦ ଟଙ୍କା କିଲୋ, ଅଙ୍ଗୁର ୧୩୦ ଟଙ୍କା କିଲୋ, କଦଳୀ ଡର୍ଜନକୁ ୪୦ ଟଙ୍କା, ଲିଚୁ ୩୦୦ ଟଙ୍କା କିଲୋ, କମଳା ୧୫୦ ଟଙ୍କା କିଲୋ ଏବଂ ଡାଲିମ୍ବ ୨୦୦ ଟଙ୍କା କିଲୋ ଦର ରହିଛି ।
ଇଟିଭି ଭାରତ, କଳାହାଣ୍ଡି