ଓଡିଶା

odisha

Road Accident: ଓଲଟିଲା କାର, ମନେ ପଡିଗଲା ପନ୍ତଙ୍କ ଦୁର୍ଘଟଣା ଘଟଣା

By

Published : Mar 17, 2023, 8:45 AM IST

road accident at the place of Rishabh Pant car accident

ଡେରାଡୁନ:ଆଗ ପଛ ହୋଇ ଯାଉଥିଲା ଗାଡି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଓଲଟି ପଡିଲା । ଉତ୍ତରାଖଣ୍ଡ ନରସାନ ବର୍ଡରରେ ଘଟିଛି ଏହି ଭଙ୍କର ସଡକ ଦୁର୍ଘଟଣା । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ମିଳିଥିବା ସିସିଟିଭି ଭିଡିଓରେ ଏକ କଳା ରଙ୍ଗର କାର ଦେଖିବାକୁ ମିଳିଛି । ହଠାତ୍ କାରଟି ପ୍ରଥମେ ଏକ ଟ୍ରାକ୍ଟର ସହ ଧକ୍କା ହେଉଛି ଏହା ପରେ ଡିଭାଡରରେ ପିଟି ହୋଇ ଓଲଟି ପଡିଛି । ଦୁର୍ଘଟଣାରେ 4ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଠିକ ସେହି ସ୍ଥାନରେ ହୋଇଛି ଯେଉଁଠି ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କର ଦୁର୍ଘଟଣା ଘଟିଥିଲା । ଯାହାର ଭିଡିଓ ଦେଖିବା ପରେ ପନ୍ତଙ୍କ ଦୁର୍ଘଟଣା କଥା ମନେ ପଡିଯାଉଛି । ଗତବର୍ଷ ଡିସେମ୍ବର 30 ତାରିଖରେ ଋଷବ ପନ୍ତ ତାଙ୍କ ମର୍ସିଡିଜ କାରରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିଲେ । ଆଖି ଲାଗିଯିବାରୁ ରୁଡକୀ ନରସାନ ବର୍ଡର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପନ୍ତଙ୍କ କାର ଜଳି ପୋଡି ପାଉଁଶ ହୋଇଥିଲା । ସୌଭାଗ୍ୟବସତଃ ପନ୍ତଙ୍କ ଜୀବନ ବଞ୍ଚିଯାଇଥିଲେ ।

ABOUT THE AUTHOR

...view details