ଓଡିଶା

odisha

heavy rainfall in khordha

ETV Bharat / videos

ଖୋର୍ଦ୍ଧାରେ ଅବିଶ୍ରାନ୍ତ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ - ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

By

Published : Jun 26, 2023, 3:20 PM IST

ଖୋର୍ଦ୍ଧା: ପ୍ରବଳ ଗରମରୁ ମିଳିଛି ଆଶ୍ବସ୍ଥି । ସମଗ୍ର ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଉ ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବା  ବେଳେ ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀକୁଳ ମୌସୁମୀ ଓ ଲଘୁଚାପ ଜନିତ ବର୍ଷାକୁ ନେଇ ବେଶ ଖୁସି ହେବା ସହ ଚାଷ କାମ ଆରମ୍ଭ କରିଛନ୍ତି । ଆଜି ସକାଳ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ 36.02 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସକାଳେ ଜିଲ୍ଲାର ବାଲିଅନ୍ତା ଓ ଭୁବନେଶ୍ୱର ବ୍ଲକରେ ବର୍ଷା ହୋଇ ନ ଥିବା ବେଳେ ବଳିପାଟଣାରେ 2 ମିଲିମିଟର, ଜଟଣୀ 6ମିମି,ବେଗୁନିଆ 3.2ମିମି,ବୋଲଗଡ଼ 4ମିମି,ଚିଲିକା 7 ମିମି,ଖୋର୍ଦ୍ଧା ଓ ଟାଙ୍ଗିରେ 2ମିମି ଏବଂ ବାଣପୁର ବ୍ଲକରେ ସର୍ବାଧିକ 10 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details