ଓଡିଶା

odisha

ସରିଲା ମଳମାସ; ବୋଲ୍‌ ବମ୍‌ ହର୍‌ ହର୍‌ ବମ୍‌ରେ କମ୍ପିଲା ଧବଳେଶ୍ବର ପୀଠ

ETV Bharat / videos

‘ବୋଲ୍‌ ବମ୍‌ ହର୍‌ ହର୍‌ ବମ୍‌’ରେ କମ୍ପିଲା ଧବଳେଶ୍ୱର ପୀଠ

By

Published : Aug 21, 2023, 7:51 PM IST

କଟକ:ଦୀର୍ଘ ଏକ ମାସର ବ୍ୟବଧାନ ପରେ ପୁଣି ଥରେ ଚଳ ଚଞ୍ଚଳ ହୋଇଛି ବାବା ଧବଳେଶ୍ଵରଙ୍କ ପୀଠ । କାଉଡ଼ିଆ ଭକ୍ତ ମାନଙ୍କ ବୋଲବମ୍ ଡାକରେ ପ୍ରକମ୍ପିତ ହୋଇଛି ସାରା ପରିବେଶ ।ଅଗଷ୍ଟ ମାସର ଶେଷ ଦୁଇଟି ସୋମବାର ଅର୍ଥାତ୍ ଆଜି ଏବଂ ଆସନ୍ତା ସୋମବାରରେ ପୁଣି ବାବା ଧବଳେଶ୍ବରଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ।ପୂଜକ ସମିତି ପକ୍ଷରୁ ରାତ୍ର ୨ ଟାରୁ ପହଡ ଖୋଲାଯାଇ ୧୦୮ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନିତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟାଯାଇଥିଲା । 

ସେପଟେ ପ୍ରଶାସନ ପକ୍ଷରୁ ଧବଳେଶ୍ବରଙ୍କ ପିଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁରେ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।ଭିଡକୁ ଦୃଷ୍ଟିରେ ରଖି ସେତୁ ପୂର୍ବରୁ କାଉଡିଆମାନେ ବାହୁଙ୍ଗି ରଖି କେବଳ ଜଳ କଳଷ ଧରି ପୀଠ ଭିତରକୁ ପ୍ରବେଶ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ରହିଛି । ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଅଘଟଣ ଏଡାଇବାକୁ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ....କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଶିବିର; ୨୦ ବର୍ଷ ହେଲା ସେବା ଯୋଗାଉଛି ମାରୱାଡ଼ି ଯୁବାମଞ୍ଚ

ଆଜି ହଜାର ହଜାର କାଉଡ଼ିଆ ଜଳାଭିଷେକ କରି ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନ ଲାଭ କରିଛନ୍ତି ।ତେବେ ଗତ ମାସରୁ ଆରମ୍ଭ ହୋଇଥିବା ଏହି ବୋଲ୍‌ ବମ୍‌ ଯାତ୍ରା ଆଉ ଗୋଟିଏ ସୋମବାର ଅନୁଷ୍ଠିତ ହେବ ତେଣୁ ଓଡିଶାର ପ୍ରମୁଖ ଶୈବ ପୀଠ ମଧ୍ୟରେ ଧବଳେଶ୍ବର ଅନ୍ୟତମ ।କାଉଡ଼ିଆମାନେ ରାଜ୍ୟର କୋଣ ଅନୁକୋଣରୁ ଜଳାଭିଷେକ କରିବା ପାଇଁ ଆସୁଛନ୍ତି । 

ଇଟିଭି ଭାରତ, କଟକ

ABOUT THE AUTHOR

...view details