ଭିଜିଲାନ୍ସ ହାତରେ GRS, ଆବାସ ଘର ପାଇଁ ନେଉଥିଲେ ଲାଞ୍ଚ
Published : Nov 9, 2023, 5:58 PM IST
ଯାଜପୁର: ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜିଆରଏସ । କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତ ତେଲିଆ ଗାଁରେ ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ କୋରେଇ ବ୍ଲକ ତେଲିଆ ଗାଁର କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଏକ ଆବାସ ଘର ପାଇଁ ଅନେକ ଦିନ ହେବ ଜିଆରଏସ ଦିଲ୍ଲୀପ କୁମାର ଦୀକ୍ଷିତଙ୍କ ନିକଟରେ ଗୁହାରି କରୁଥିଲେ । ତେବେ ଜିଆରଏସ ଦିଲୀପ ଏହି ଆବାସ ଘର କରିଦେବାକୁ 5 ହଜାର ଟଙ୍କା ମାଗିଥିଲେ l ଯାହାକୁ ବିରୋଧ କରି କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଯାଜପୁର ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହେଇଥିଲେ l ତେବେ ଏହି ଅଭିଯୋଗ ପାଇ ଆଜି ଯାଜପୁର ଓ କଟକ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ଜିଆରଏସଙ୍କୁ 5ହଜାର ଟଙ୍କା ନେଉଥିବା ବେଳେ ଗିରଫ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁୁ....ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ
ଇଟିଭି ଭାରତ ,ଯାଜପୁର