ଓଡିଶା

odisha

ମା' ଶାରଳାଙ୍କ ଦର୍ଶନ କଲେ ରାଜ୍ୟପାଳ

ମା' ଶାରଳାଙ୍କ ଦର୍ଶନ କଲେ ରାଜ୍ୟପାଳ

By ETV Bharat Odisha Team

Published : Dec 15, 2023, 10:09 PM IST

Published : Dec 15, 2023, 10:09 PM IST

ଜଗତସିଂହପୁର: ଜିଲ୍ଲା ଦିନିକିଆ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଜ୍ୟପାଳ ରଘୁଦାସ । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରିଛନ୍ତି ମହାମହିମ । ଆଜି ନିର୍ଦ୍ଧାରିତ ସମୟ ଦିନ 11ଟାରେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିରରେ ପହଞ୍ଚିଥିଲେ ରାଜ୍ୟପାଳ । ପରେ ମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗମାନେ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ଦକ୍ଷିଣ ଦ୍ୱାର ଦେଇ ରାଜ୍ୟପାଳ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମନ୍ଦିର ଗର୍ଭଗୃହକୁ ଯାଇ ରାଜ୍ୟପାଳ ମା' ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ମଧ୍ୟରେ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ରହି ଭାବବିହ୍ୱଳ ହୋଇଥିଲେ ମହାମହିମ । ପରେ ମନ୍ଦିର ବେଢା ପରିକ୍ରମା କରିବା ସହ ବେଢାରେ ଥିବା ଆଁଳା ବେଢାରେ ମାନସିକ ଡୋର ମଧ୍ୟ ବାନ୍ଧିଥିଲେ । ଏହାପରେ ଦିନ12 ଟା ସୁଦ୍ଧା ରାଜ୍ୟପାଳ ପାରାଦ୍ୱୀପ ଗସ୍ତ କରିଥିଲେ ।

ପ୍ରଥମେ ଦିନରେ ଜଇପୁର ସ୍ଥିତ ବୟନ ଗ୍ରାମ ପରିଦର୍ଶନ କରି ବୁଣାକାର ଓ ମହିଳା ସ୍ୱୟଂ ସହାୟକ ମାନଙ୍କ ସହିତ ଆଲୋଚନା କରିଥିଲେ ।ପରେ ସେଠାରୁ ମହାମହିମ ତିର୍ତ୍ତୋଲ ବ୍ଲକ ତରଜଙ୍ଗା ଅଙ୍ଗନବାଡି ସେଣ୍ଟର କାର୍ଯ୍ୟକାରିତା ଉପରେ ଗାଁ ଲୋକମାନଙ୍କ ସହିତ ଆଲୋଚନା କରି ତରଜଙ୍ଗା ହାଇସ୍କୁଲ ପରିଦର୍ଶନରେ କରିଥିଲେ ।ଏହାସହ ଛାତ୍ରଛାତ୍ରୀମାନଙ୍କ ସହିତ ପାଠପଢା ବାବଦରେ ଆଲୋଚନା କରିଥିଲେ ।ଏହାପରେ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦର୍ଶନ କରିଥିଲେ । ସେଠାରେ ସେବାୟତ ମାନଙ୍କ ସହିତ ମନ୍ଦିର ବାବଦରେ ପଚାରି ବୁଝିଥିଲେ । ସେଠାରୁ ମଣିଜଙ୍ଗା ସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟର ପରିଦର୍ଶନ ପରେ ରାହମା ବଜାରରେ ଆରଏମସି କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ କୃଷକ ଓ ମତ୍ସ୍ୟଜୀବୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ପାରାଦ୍ୱୀପ ଗସ୍ତରେ ଯାଇଥିଲେ ।ସେଠାରେ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବା ପରେ ଆଇଓସିଏଲ ପରିଦର୍ଶନରେ କରିଥିଲେ । ଏହା ପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଥିଲେ । 

ଏହା ମଧ୍ୟ ପଢନ୍ତୁ....ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details