ଓଡିଶା

odisha

ଗୋପାଳପୁରରେ ଲୁଚିଥିଲେ ବଙ୍ଗୀୟ ଅପରାଧୀ, ୪ ଜଣଙ୍କୁ ବାନ୍ଧିଲା ପଶ୍ଚିମବଙ୍ଗ ପୋଲିସ

By

Published : May 8, 2023, 9:07 AM IST

Updated : May 8, 2023, 10:05 AM IST

Bengal accused arrested from gopalpur

ବ୍ରହ୍ମପୁର: ପଶ୍ଚିମବଙ୍ଗର ଗିରିଶ ପାର୍କ ଥାନା ଅଞ୍ଚଳରେ ବନ୍ଧୁକ କାରବାର ମାମଲା । ଅଭିଯୁକ୍ତମାନେ ଫେରାର ରହିଥିବା ବେଳେ ସମସ୍ତ ବଙ୍ଗୀୟ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି ପଶ୍ଚିମବଙ୍ଗ ପୋଲିସ । ଅଭିଯୁକ୍ତମାନେ ଏକ ତାରକା ହୋଟେଲରେ ଲୁଚିଥିବା ବେଳେ ଗିରଫ କଲା ପୋଲିସ । ଗିରଫ ଚାରିଜଣ ହେଲେ ପଶ୍ଚିମବଙ୍ଗର ରାଜୁ ନସ୍କର, ସୁକଦେବ ଦାଶ, ସୁବୀର ବୋଷ ଓ ଅଞ୍ଜୁ ମଣ୍ଡଳ l 

ସମସ୍ତ ଗିରଫ ଅଭିଯୁକ୍ତମାନେ ଗୋପାଳପୁରର ଏକ ତାରକା ହୋଟେଲରେ ରହିଆସୁଥିବା ଖବର ପାଇଥିଲେ ପଶ୍ଚିମବଙ୍ଗର ପୋଲିସ । ୪ ଗିରଫ ଅଭିଯୁକ୍ତମାନେ ଆର୍ମସ୍ ଆକ୍ଟରେ ସଂପୃକ୍ତ ରହିଥିବା ବେଳେ ଗତ କିଛି ଦିନ ଧରି ଫେରାର ରହିଥିବାରୁ ଗିରିଶ ପାର୍କ ପୋଲିସ ଥାନା ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବା ନେଇ ଉଦ୍ୟମ ଜାରି ରହିଥିଲା । ହେଲେ ରବିବାର ସମସ୍ତ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲାର ଗୋପାଳପୁରର ଏକ ତାରକା ହୋଟେଲ ରହି ଆସୁଥିବା ଖବର ପାଇଥିଲା ପୋଲିସ । ଅତର୍କିତ ଭାବେ ପୋଲିସ ଟିମ୍ ଚଢ଼ାଉ ପରେ ବ୍ରହ୍ମପୁର କୋର୍ଟରେ ହାଜର କରାଯିବା ପରେ ସମସ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ପଶ୍ଚିମବଙ୍ଗ ନିଆଯାଇଛି ।
 

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 8, 2023, 10:05 AM IST

ABOUT THE AUTHOR

...view details