ଓଡିଶା

odisha

balasore train accident

ETV Bharat / videos

ବଗିରୁ ବାହାରିଲା ଅଣ୍ଡା, ମୃତଦେହ ଥିବା ହେଉଥିଲା ଅଭିଯୋଗ

By

Published : Jun 9, 2023, 6:24 PM IST

ବାଲେଶ୍ୱର: ବାହାନଗା ନିକଟରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୋଟିଏ ବଗିରେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଅଭିଯୋଗ ହେଉଥିଲା । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ବଗିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା । ଏହାକୁ ନେଇ ଅଭିଯୋଗ ଉଠିବା ପରେ ଶେଷରେ ରେଳ ବିଭାଗ ଉକ୍ତ ବଗି ଖୋଲିଛି । ଯେଉଁଥିରୁ ପେଟିପେଟି ଅଣ୍ଡା ବାହାରିଛି । ଅଣ୍ଡା ଫାଟି ଦୁର୍ଗନ୍ଧ ହେଉଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । ବଗି ଭିତରୁ ପ୍ରାୟ ୩ ଟ୍ରାକ୍ଟର ଅଣ୍ଡା ବାହାରିଛି । ଏହିସବୁ ଅଣ୍ଡା ଫାଟି ଏମିତି ଦୁର୍ଗନ୍ଧ ହେଉଥିବା ଦକ୍ଷିଣ-ପୂର୍ବ ରେଳବାଇ ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି । ଉକ୍ତ ବଗିରୁ ମୃତଦେହ ଦୁର୍ଗନ୍ଧ ବାହାରୁଥିବା କୁହାଯାଉଥିଲା । ପୋଲିସ ଓ ଏନଡିଆରଏଫ ଟିମ୍‌ ଉକ୍ତ ବଗି ଯାଞ୍ଚ କରିବା ପରେ ସେଥିରୁ ଅଣ୍ଡା ବାହାରିଥିଲା । 

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details