ଓଡିଶା

odisha

କାଳିଆ ପ୍ରେମରେ ବନ୍ଧା ବିଦେଶିନୀ

ETV Bharat / videos

କାଳିଆ ପ୍ରେମରେ ବନ୍ଧା ବିଦେଶିନୀ; ବଡଦାଣ୍ଡରେ କରୁଛି ପ୍ରଣିପାତ

By

Published : Jun 20, 2023, 11:08 AM IST

ପୁରୀ: ଜଗତର ନାଥ ଆହେ ଜଗନ୍ନାଥ... ଦିବ୍ୟଦ୍ରଷ୍ଟା ଦୟାର ସାଗର । ଭକତ ଭାବରେ ବନ୍ଧା ଭାବ ବିନୋଦିଆ କଳା ଠାକୁର । କୋଟି ଓଡ଼ିଆଙ୍କ ମଉଡମଣି  । ଆଜି କାଳିଆ ସାଆନ୍ତେଙ୍କ ପବିତ୍ର ଘୋଷଯାତ୍ରା । ବର୍ଷକ ପରେ ବଡ଼ଦାଣ୍ଡକୁ ଓହ୍ଲାଇ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । କଳା ସାଆନ୍ତେଙ୍କ ଦର୍ଶନ ପାଇଁ ସାତ ସମୁଦ୍ର ଡେଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ଭକ୍ତ ।  କଳା ଶ୍ରୀମୁଖର ଝଲକ ଟିକିଏ ପାଇବାକୁ ସୁଦୂର ଋଷିଆରୁ ବଡ଼ଦାଣ୍ଡରେ ପହଞ୍ଚିଛନ୍ତି ବିଦେଶିନୀ । ମଣିମାଙ୍କୁ ଦେଖିବା ପାଇଁ ଆତୁର ହୋଇ ଅନାଇ ବସିଛନ୍ତି । ଆଜି ଘୋଷଯାତ୍ରା ଅବସରରେ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ବେଳେ ଋଷିଆରୁ ମଧ୍ୟ ଅନେକ ବିଦେଶୀ ଭକ୍ତ ଆସିଛନ୍ତି । ବଡ଼ଦାଣ୍ଡରେ ହାତ ଯୋଡ଼ି ମହାପ୍ରଭୁଙ୍କଠାରେ ଭକ୍ତି ନୈବେଦ୍ୟ ଅପର୍ଣ କରୁଛନ୍ତି । ବଡ଼ଦାଣ୍ଡରୁ ଦେଖନ୍ତୁ ସେହି ଭକ୍ତିମୟ ଦୃଶ୍ୟ...

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details