ଓଡିଶା

odisha

ବୌଦ୍ଧରେ ସମ୍ବଲପୁରୀ ଦିନ୍‌ ପାଳନ

ETV Bharat / videos

ପ୍ରଥମ ଥର ପାଇଁ ସମ୍ବଲପୁରୀ ଦିନ୍‌ ପାଳିଲା ବୌଦ୍ଧ, ସମ୍ବଲପୁରୀ ପୋଷାକ ସହ ଜମିଲା ନାଚଗୀତର ଆସର - ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍‌

By

Published : Aug 1, 2023, 5:05 PM IST

ବୌଦ୍ଧ: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍‌ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ବାର୍ଷିକୀ ଅବସରରେ ସମ୍ବଲପୁରୀ ଦିନ ଭାବେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ । ଏହି କ୍ରମରେ ଆଜି ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରେ ସମ୍ବଲପୁରୀ ଦିନ୍‌ ପାଳନ ହୋଇଛି । ଏହି ଅବସରରେ ଜିଲ୍ଲା ସଦର ମହକୁମା ଠାରେ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମ୍ବଲପୁରୀ ପୋଷାକ ପରିଧାନ କରି ନାଚଗୀତ ମସଗୁଲ ହୋଇଛନ୍ତି ସହରବାସୀ । ପାରମ୍ପରିକ ପିଠାପଣାରେ ଚାରିଆଡ଼ ମହକି ଉଠିଛି । ରଙ୍ଗାରଙ୍ଗ ସମାରୋହରେ ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ଓ କଳାକାର ମାନେ ଯୋଗ ଦେଇଛନ୍ତି । ଢୋଲ, ନିଷାଣ, ତାସାର ବାଦ୍ୟରେ ସମସ୍ତେ ଝୁମି ଉଠିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଳାକାର ମାନେ ଯୋଗଦେଇ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲାରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ଦିନ୍‌ ପାଳନ ହେଉଥିବା ବେଳେ ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । 

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details