ଓଡିଶା

odisha

ରଙ୍ଗେଇଲୁଣ୍ଡାରେ ଉଡ଼ିଲା ବିମାନ

ETV Bharat / videos

ରଙ୍ଗେଇଲୁଣ୍ଡାରୁ ଯାତ୍ରୀଙ୍କୁ ନେଇ ଉଡିଲା ବିମାନ, ୬ ମାସ ମଧ୍ୟରେ ହେବ ଅପଗ୍ରେଡ

By

Published : Mar 5, 2023, 4:55 PM IST

ବ୍ରହ୍ମପୁର:ଦୀର୍ଘ ଦିନ ପରେ ବ୍ରହ୍ମପୁରବାସୀଙ୍କ ସ୍ବପ୍ନ ପୂରଣ ହୋଇଛି  । ରଙ୍ଗେଇଲୁଣ୍ଡାରୁ ଯାତ୍ରୀଙ୍କୁ ନେଇ ଉଡିଛି ପ୍ରଥମ ବ୍ୟବସାୟିକ ବିମାନ । ଏଣିକି ଅତି ସ୍ବଳ୍ପ ସମୟରେ ବ୍ରହ୍ମପୁରରୁ ଭୁବନେଶ୍ବରକୁ ଏୟାର ଲାଇନ୍ ମାଧ୍ୟମରେ ଲୋକେ ଯାତ୍ରା କରିପାରିବେ  । ଆଜି ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଆରମ୍ଭ କରିଛନ୍ତି  । ରଙ୍ଗେଇଲୁଣ୍ଡାରେ ବିିମାନ ପହଞ୍ଚିବା ପରେ ବହୁ ବରିଷ୍ଠ ନେତାମାନେ ସେଠାରେ ଉପସ୍ଥିତ ରହି  ଇଣ୍ଡିଆ ୱାନ୍ ଏୟାରର ନଅ ସିଟର ବିଶିଷ୍ଟ ବିମାନର ଶୁଭାରମ୍ଭ କରିଥିଲେ  । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପର ଆନୁସଙ୍ଗିକ ବିକାଶ କାର୍ଯ୍ୟ କରାଯିବା ପରେ ପରବର୍ତ୍ତୀ ସମୟରେ ଏହାର ଭିତ୍ତିଭୂମି ବୃଦ୍ଧି କରାଯିବ ବୋଲି ସୂଚନା ରହିଛି  । ଏହି ଅବସରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ପରିସରରୁ ଉପସ୍ଥିତ ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details