ଓଡିଶା

odisha

First Lappy Lab in MP

By

Published : Jun 27, 2023, 10:24 PM IST

ETV Bharat / videos

First Lappy Lab: ଲ୍ୟାପି ଲ୍ୟାବ.. ବହି ନୁହେଁ ଲ୍ୟାପଟପରେ ପଢିବେ

ଭୋପାଳ:ସାଧାରଣତଃ ଆମେ ଲାଇବ୍ରେରୀରୁ ବହି ଆଣିଥାଉ । ହେଲେ ଏଣିକି ବହି ଭଳି ଲ୍ୟାପଟପକୁ ମଧ୍ୟ ଆଣିପାରିବେ ଛାତ୍ରଛାତ୍ରୀ । ମଧ୍ୟପ୍ରଦେଶ ଗ୍ବାଲିଅର ସେଣ୍ଟ୍ରାଲ ଲାଇବ୍ରେରୀରେ 'ଲ୍ୟାପି ଲ୍ୟାବ' ସୁବିଧା ଆରମ୍ଭ ହୋଇଛି । ଏହି ସୁବିଧା ମାଧ୍ୟମରେ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଲ୍ୟାପଟପ ନେଇ ପାଠ ପଢିପାରିବେ । ଏନେଇ ସେଣ୍ଟ୍ରାଲ ଲାଇବ୍ରେରୀର ମ୍ୟାନେଜର ବିବେକ ସୋନି କହିଛନ୍ତି ଯେ ଏହାଦ୍ବାରା ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରିବାର ସୁବିଧା ପାଇପାରିବେ । ଏହାସହିତ କୌଣସି ପରୀକ୍ଷା ଲାଗି ଫର୍ମ ମଧ୍ୟ ଭରିପାରିବେ । ଏଠାରେ ଲ୍ୟାପି ଲ୍ୟାବ ଲାଗି ୧୨ଟି ଚେୟାର ବିଶିଷ୍ଟ ଅନ୍ୟ ଏକ ଲ୍ୟାବ ପ୍ରସ୍ତୁତ କରାଯାଇଛି । ଯେଉଁଠି ଛାତ୍ରଛାତ୍ରୀ ଲ୍ୟାପଟପ ଧରି ପାଠ ପଢିପାରିବେ । ହେଲେ ଏହାକୁ ଛାତ୍ରଛାତ୍ରୀ ନିଜ ଘରକୁ ନେଇ ଯାଇପାରିବେନି । ପ୍ରଥମ ପର୍ଯ୍ୟାୟରେ ଏହାକୁ କେବଳ ଲାଇବ୍ରେରୀ ମଧ୍ୟରେ ହିଁ ବ୍ୟବହାର କରାଯିବାକୁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି  ବିବେକ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details