ପ୍ରକାଶ ପାଇଲା ପ୍ରଥମ କଟ୍ଅଫ୍ ମାର୍କ, କାହିଁକି କମିଲା ? - ଯୁକ୍ତ ଦୁଇ କଟଅଫ ମାର୍କ ତାଲିକା
କଟକ: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ କଟଅଫ୍ ମାର୍କ ତାଲିକା । କଳା, ବିଜ୍ଞାନ ଓ ବାଣିଜ୍ୟ ସବୁ ବିଭାଗରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର କଟ୍ଅଫ୍ ରାଜ୍ୟରେ ସର୍ବାଧିକ ରହିଛି । ସାଧାରଣ ବର୍ଗ ପାଇଁ କଳାରେ 80 ପ୍ରତିଶତ କଟ୍ଅଫ୍ ଧାର୍ଯ୍ୟ ହୋଇଥିବା ବେଳେ ବିଜ୍ଞାନରେ 91.67 ପ୍ରତିଶତ ଓ ବାଣିଜ୍ୟରେ 79.20 ପ୍ରତିଶତ କଟ୍ଅଫ୍ ଧାର୍ଯ୍ୟ ହୋଇଛି । ତେବେ ଚଳିତବର୍ଷ ଧାର୍ଯ୍ୟ ହୋଇଥିବା କଟ୍ଅଫ୍ ଗତବର୍ଷ ଅପେକ୍ଷା 4 ପ୍ରତିଶତ କମ୍ ରହିଥିବା କହିଛନ୍ତି ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ । ରେଭେନ୍ସା ମହାବିଦ୍ୟାଳୟରେ ମୋଟ 1152ଟି ସିଟ ରହିଛି । ସେଥିମଧ୍ୟରୁ କଳାରେ 512ଟି ସିଟ ଥିବା ବେଳେ ବିଜ୍ଞାନରେ 384ଟି ସିଟ ଓ ବାଣିଜ୍ୟରେ 256 ସିଟ ରହିଛି । ନିଜର ଗୁଣାତ୍ମକ ଶିକ୍ଷା ପାଇଁ ରେଭେନ୍ସା ସବୁ ବେଳେ ଛାତଛାତ୍ରୀମାନଙ୍କର ପ୍ରଥମ ପସନ୍ଦ ରହିଆସିଛି ବୋଲି କହିଛନ୍ତି ରେଭେନ୍ସା ମହାବିଦ୍ୟାଳୟ ଅଧ୍ୟକ୍ଷ ।
ଇଟିଭି ଭାରତ, କଟକ