ଓଡିଶା

odisha

Fire incident in Puri

ETV Bharat / videos

Fire incident in Puri: ସିଂହଦ୍ବାର ସ୍ଥିତ ଗୁମୁଟ ନିକଟରେ ସର୍ଟସର୍କିଟ

By

Published : May 15, 2023, 8:34 PM IST

ପୁରୀ: ପୁଣି ପୁରୀରେ ଲାଗିଲା ନିଆଁ । ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଲାଗିଲା ନିଆଁ ।  ସିଂହଦ୍ବାର ସ୍ଥିତ ଗୁମୁଟ ନିକଟରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ପ୍ରଥମେ ଶ୍ରୀମନ୍ଦିର ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ତେବେ ଗୁମୁଟ ନିକଟରେ ଅଧିକାଂଶ ତାର ଝୁଲି ରହିଥିବା ବେଳେ କେଉଁ କାରଣରୁ ସର୍ଟସର୍କିଟ ହେଲା ତାହା ସ୍ପଷ୍ଟ ହୋଇନାହିଁ ।  ନିଆଁ ଏତେ ମାତ୍ରାରେ ଲାଗିନଥିଲେ ମଧ୍ୟ ଏକ ବଡ ଅଘଟଣରୁ ଶ୍ରୀମନ୍ଦିର ବର୍ତ୍ତି ଯାଇଥିବା ସେବାୟତଙ୍କ ମହଲରେ ଆଲୋଚନା ହେଉଛି । ସୂଚନା ଥାଉ କି ଗତ ମାର୍ଚ୍ଚ ମାସରେ ପୁରୀ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଦୀର୍ଘ ସମୟ ପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁକୁ ଆୟତ୍ତ କରିବା ଲାଗି ନାକେଦମ ହୋଇଥିଲା ଅଗ୍ନିଶମ ବିଭାଗ । ଏହି ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଆଉ ଏକ ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।  

ଏହା ବି ପଢନ୍ତୁ- ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ, ନାକେଦମ୍ ଅଗ୍ନିଶମ ବାହିନୀ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details