ଓଡିଶା

odisha

satakosia forest fire

ETV Bharat / videos

ଜଳୁଛି ସାତକୋଶିଆ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ - ଜଳୁଛି ସାତକୋଶିଆ ଅଭୟାରଣ୍ୟ

By

Published : Mar 13, 2023, 10:31 AM IST

ଅନୁଗୋଳ: ମାର୍ଚ୍ଚ ମାସ ଆରମ୍ଭରୁ ଜଳୁଛି ଜଙ୍ଗଲ । ସାତକୋଶିଆ ଜଙ୍ଗଲର ବିଭିନ୍ନ ବନାଞ୍ଚଳରେ ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଯାଇଛି । ଜଙ୍ଗଲ ନିଆଁ ଯୋଗୁଁ ଭୟରେ ଜଙ୍ଗଲ ଜନ୍ତୁ । ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉନଥିବାରୁ ଏଭଳି ଘଟୁଥିବା ସ୍ଥାନୀୟବାସୀ କହିଛନ୍ତି । 

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଭିନ୍ନ ଜଙ୍ଗଲ ହୁହୁ ହୋଇ ଜଳୁଛି । ବିଶେଷ କରି ପୁରୁଣାକୋଟ ଏବଂ ଟିକରପଡା ବନାଞ୍ଚଳରେ ଅଧିକାଂଶ ଜଙ୍ଗଲ ଜଳୁଛି । ପ୍ରବଳ ଖରା ସାଙ୍ଗକୁ ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡ଼ିଥିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଉଛି । ଚାରିଆଡେ ନିଆଁ ଆଉ ଧୂଆଁ । ବନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ନିଆଁର ପ୍ରକୋପ ଅଧିକ ରହିଥିବା ଯୋଗୁଁ ତାହା ସମ୍ଭବ ହେଉନାହିଁ । ବହୁ ମୂଲ୍ୟବାନ ଗଛ ଓ ସରୀସୃପ ପୋଡି ଯାଉଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ଲୋକେ ଭୟଭୀତ ଅଵସ୍ଥାରେ ଅଛନ୍ତି । ଏପରିକି ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହୋଇଛନ୍ତି । ନିଆଁ ଯୋଗୁଁ ସମଗ୍ର ଅଞ୍ଚଳରେ ତାପମାତ୍ରା ଅଧିକ ହେଉଛି । ବ୍ଲୋୟର ମେସିନ ସାହାଯ୍ୟରେ ଫ୍ୟାର ଲାଇନ କରାଯାଉଛି । ଯେଉଁଠି ନିଆଁ ଲାଗୁଛି କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । 

ଇଟିଭା ଭାରତ, ଅନୁଗୋଳ

ABOUT THE AUTHOR

...view details