ଓଡିଶା

odisha

ଅଧରାତିରେ ଗୁହାଳରେ ଲାଗିଗଲା ନିଆଁ

By ETV Bharat Odisha Team

Published : Dec 20, 2023, 2:20 PM IST

ETV Bharat / videos

ଅଧରାତିରେ ଲାଗିଗଲା ନିଆଁ, ଚାଳଛପର ଘର ପୋଡ଼ି ପାଉଁଶ

ନିଆଳି:ଅଧରାତିରେ ଘରେ ଭୟଙ୍କର ଅଗ୍ନିକାଣ୍ଡ । ଦୁଇ ବଖରା ଚାଳଛପର ଘର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଏହାସହ ଘର ପାଖରେ ଥିବା ଗୁହାଳରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 2ଟି ଗାଈ ଆହତ ହୋଇଛନ୍ତି ।  ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ  ନୂଆଗାଁ ଗ୍ରାମ ପଞ୍ଚାୟତରେ । ଗୋପାଳନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ନିଆଁ ଆଁରେ ଗାଈ ଦଗ୍ଧ ହେବା ନେଇ ଚିନ୍ତାରେ ପରିବାର । ଏଭଳି ଅଗ୍ନିକାଣ୍ଡ କିପରି ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଥିବାରୁ ଅଗ୍ନିକୁ ଆୟତ କରାଯାଇ ପାରିନଥିଲା। ନିଆଳି ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଚାଳଘର ପୋଡ଼ି ପାଉଁଶ ହୋଇଯାଇଥିଲା ।‌ ଘଟଣାସ୍ଥଳରୁ ଗୁରୁତର ଗାଈ ଓ ବାଛୁରୀ ମାନଙ୍କୁ ନିଆଳି ପଶୁ ଚିକିତ୍ସା ବିଭାଗର ଡାକ୍ତର ଚିକିତ୍ସା ଜାରି ରଖିଛନ୍ତି । ସେପଟେ ପ୍ରଦୀପ ଗାଈରୁ ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇବାକୁ ବିପନ୍ନ ଓ ଗ୍ରାମବାସୀ ଦାବି କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details