Interview With Tarun Pandey: ଭଲ ବ୍ୟବଧାନରେ ଆମେ ଜିତିବୁ: କଂଗ୍ରେସ ପ୍ରାର୍ଥୀ - ଝାରସୁଗୁଡା ଉପନିର୍ବାଚନ
ଝାରସଗୁଡା: ଆମେ ଭଲ ବ୍ୟବଧାନରେ ବିଜୟୀ ହେବୁ । ବାପା ଦେଇଯାଇଥିବା ମନ୍ତ୍ର ଓ ତାଙ୍କର ଆଦର୍ଶକୁ ପାଥେୟ କରି ନିର୍ବାଚନ ଲଢିବୁ । ଆଶା କରିବୁ ଆମେ ଭଲ ବ୍ୟବଧାନରେ ବିଜୟୀ ହେବୁ । ଝାରସୁଗୁଡାରୁ କଂଗ୍ରେସ ନୂଆ ଇତିହାସ ଆରମ୍ଭ କରିବ । ଝାରସୁଗୁଡାର ବିକାଶ ହେବ ପ୍ରମୁଖ ମୁଦ୍ଦା । ଝାରସୁଗୁଡାର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଆମ ବିଚାର ଓ ଯୋଜନା ଲୋକଙ୍କୁ କହିବୁ । ଝାରସୁଗୁଡାବାସୀ କଂଗ୍ରେସକୁ ଗ୍ରହଣ କରିବେ । ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ନିଜ ନା ଘୋଷଣା ହେବା ପରେ ଇଟିଭି ଭାରତକୁ ପ୍ରଥମେ ସାକ୍ଷାତକାର ଦେଇ ଏହା କହିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ଵର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ ପାଣ୍ଡେ । ପୂର୍ବତନ ବିଧାୟକ ସ୍ଵର୍ଗତ ପାଣ୍ଡେ ପ୍ରଥମେ ଝାରସୁଗୁଡ଼ା ପୌରଞ୍ଚଳର ଅଧ୍ୟକ୍ଷ ଭାବେ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ। ପରେ ପରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ଟିକେଟ ପାଇଁ ତିନି ତିନିଥର ବିଧାୟକ ହୋଇଥିଲେ। ଗତ ମାସରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ଥିଲେ ଜଣେ ଟାଣୁଆ ନେତା ଅଶୀ ଦଶକରେ ସ୍ଵର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ଦବଦବା ଝାରସୁଗୁଡ଼ାରେ ରହିଥିଲା। ତେବେ ଆସନ୍ତା ଝାରସୁଗୁଡ଼ା ଉପନିର୍ବାଚନରେ ସ୍ଵର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁଅକୁ କଂଗ୍ରେସ ଦଳ ଭରସା କରି ଟିକେଟ ପ୍ରଦାନ କରିଛି। ତେବେ ତରୁଣ ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଗତ ୨୦୦୦ ସାଧାରଣ ନିର୍ବାଚନରେ ସେ ତାଙ୍କ ବାପାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ । ପୁଣି ୨୦୦୯ ନିର୍ବାଚନରେ ନବ ଦାସ ପାଇଁ ମଧ୍ୟ ନିର୍ବାଚନୀ ପ୍ରଚାର କରିଥିଲେ ଏବଂ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ ଝାରସୁଗୁଡ଼ା ପ୍ରତିନିଧି ମଧ୍ୟ ରହିଥିଲେ।
ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଗୁରୁ ଚରଣ ବାଘ, ପ୍ରତିନିଧି, ଝାରସୁଗୁଡା