ଓଡିଶା

odisha

Digital Dialogue: ଆଗାମୀ ନିର୍ବାଚନରେ ବିଜେଡିର ମହାନାୟକ ହେବେ ପାଣ୍ଡିଆନ: ରବି ଦାସ

ETV Bharat / videos

Digital Dialogue: ଆଗାମୀ ନିର୍ବାଚନରେ ବିଜେଡିର ମହାନାୟକ ହେବେ ପାଣ୍ଡିଆନ: ରବି ଦାସ - ରବି ଦାସ

By ETV Bharat Odisha Team

Published : Oct 28, 2023, 5:37 PM IST

ଭୁବନେଶ୍ବର: ଆଗାମୀ 2024 ନିର୍ବାଚନକୁ ଆଉ ଅଳ୍ପ ମାସ ବାକି ଥିବା ବେଳେ ପାଣ୍ଡିଆନଙ୍କ ଭିଆରଏସ ଓ ପୁନଃ ନିଯୁକ୍ତି ରାଜ୍ୟ ରାଜନୀତିକୁ ସରଗରମ କରିଛି। 2024 ନିର୍ବାଚନରେ ରାଜ୍ୟ ରାଜନୀତିରେ ପାଣ୍ଡିଆନଙ୍କ ଭୂମିକା କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । 

ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଭାଗ ନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି 2024 ନିର୍ବାଚନରେ ବିଜେଡିରେ ମହାନାୟକ ହେବାକ ଯାଉଛନ୍ତି ଭିକେ ପାଣ୍ଡିଆନ । ଟିକେଟ ବଣ୍ଟନ ଠାରୁ ଆରମ୍ଭ କରି ରାଜନୈତିକ ସମୀକରଣ ଏବଂ ଅଙ୍କକଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ପାଣ୍ଡିଆନ ।

କାରଣ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠୁ ବିଶ୍ବସ୍ତ ହେଲେ ପାଣ୍ଡିଆନ । ଭିଆରଏସ ନେବାର 12 ଘଣ୍ଟା ମଧ୍ୟରେ ତାଙ୍କର ରାଜନୈତିକ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ । ବଡ କଥା ହେଲା ଲୋକଙ୍କ ମଧ୍ୟରେ ଯେପରି ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା ବଢିଛି ଠିକ ସେହିପରି ପାଣ୍ଡିଆନଙ୍କ ଗ୍ରହଣୀୟତା ମଧ୍ୟ ବୃଦ୍ଧି ପାଇଛି । କିଛି ଶିକ୍ଷିତ ଭୋଟର ପାଣ୍ଡିଆନଙ୍କୁ କ୍ଷମତାର ଆଳିନ୍ଦରେ ପସନ୍ଦ କରୁନାହାନ୍ତି । କିନ୍ତୁ ଏହାର କୌଣସି ପ୍ରଭାବ 2024 ନିର୍ବାଚନ ଉପରେ ପଡିବାକୁ ଯାଉନାହିଁ । ସର୍ବୋଚ୍ଚ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କର ସେ ସବୁଠୁ ବିଶ୍ବସ୍ତ ହୋଇଥିବାରୁ ପାଣ୍ଡିଆନଙ୍କ ଉପରେ ଆକ୍ରମଣ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ବୋଲି ବୁଝିବାକୁ ପଡିବ । ଯାହା ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇସାରିଛି ବୋଲି କହିଛନ୍ତି ରବି ଦାସ । 

ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details