ଓଡିଶା

odisha

Odia Marathoner Madhusmita Jena Das

ETV Bharat / videos

Etv Bharat Interview: ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟ, ବିଦେଶ ମାଟିରେ ଶାଢୀ ପିନ୍ଧି ଦୌଡ଼ିଥିଲେ 42 KM - ସମ୍ବଲପୁରୀ ଶାଢୀ

By

Published : Jul 24, 2023, 5:28 PM IST

ଭୁବନେଶ୍ବର:ଶାଢ଼ୀ ପିନ୍ଧି ୪୨ କିମି ମାରାଥାନରେ ଦୌଡ଼ି ନିଜ ପ୍ରତିଭା ସହ ପରମ୍ପରାର ଶୋଭା ବଢାଇଥିଲେ ପ୍ରବାସୀ ଓଡ଼ିଆ ତଥା ଓଡ଼ିଆ ବୋହୂ ମଧୁସ୍ମିତା ଜେନା । ମଞ୍ଚେଷ୍ଟର ମାରାଥନରେ ଶାଢ଼ୀ ପିନ୍ଧି ବିନ୍ଦି ଓ ସିନ୍ଦୂର ନାଇ ଓଡ଼ିଆଣୀ ବେଶରେ ୪ ଘଣ୍ଟା ୫୦ ମିନିଟ ଦୌଡ଼ିଥିଲେ ।  ଆଉ ବିଦେଶ ମାଟିରେ ନିଜ ପାଇଁ ରେକର୍ଡ ସୃଷ୍ଟି କରିବା ସହ ଓଡ଼ିଶା ସମେତ ଦେଶକୁ ଗର୍ବିତ କରାଇଥିଲେ । 

ଏହା ବି ପଢନ୍ତୁ- Odisha Woman Runs in UK Marathon: ଓଡ଼ିଆ ଝିଅ ମଧୁସ୍ମିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ମଧୁସ୍ମିତା କୁହନ୍ତି ଯେ ଜଣେ ଭାରତୀୟ ବା ଓଡ଼ିଆ ନାରୀ ଶାଢୀରେ ସବୁଠୁ ସୁନ୍ଦର ଓ ଫିଟ ଲାଗନ୍ତି। ତେଣୁ ଜଣେ ମହିଳା ଶାଢ଼ୀ ପିନ୍ଧି ସବୁ କିଛି କରିପାରିବ। ଯାହାର ପରାକାଷ୍ଠା ଦେଖାଇବା ପାଇଁ ସେ ଏଭଳି ନିଆରା ପ୍ରୟାସ କରିଥିଲେ ଆଉ ସେ ଶାଢ଼ୀ ସହ ମାରାଥନ ଦୌଡ଼ି ନିଆରା ଅନୁଭବ ଓ ପ୍ରଶଂସା ପାଇଥିଲେ । ମାଆଙ୍କ ଖଣ୍ଡୁଆ ପାଟ ପିନ୍ଧି ଖାଲି ମାଟି ମାଆ ନୁହେଁ ନିଜ ପିଲାଙ୍କୁ ବି ଗର୍ବିତ କରିଛନ୍ତି । କାରଣ ସେ ମାଆ ହେବା ପରେ ନିଜ ଆତ୍ମବିଶ୍ଵାସକୁ ବଢାଇବା ଲାଗି ଏଯାବତ ୩୭ରୁ ଊର୍ଦ୍ଧ୍ବ ମାରାଥାନରେ ସାମିଲ ହୋଇଛନ୍ତି। ପରିବାର ଓ ଶିକ୍ଷକତା ଭିତରେ ଉତ୍ତମ ପରିଚାଳନା କରି ଆଉ ନିଜକୁ ସୁସ୍ଥ ଓ ଖୁସି ରଖିବା ପାଇଁ ଆଗକୁ ଅହୁର ଦୌଡ଼ିବେ ବୋଲି କହିଛନ୍ତି। ତେବେ ବିଦେଶ ମାଟିରେ ଶାଢ଼ୀ ପିନ୍ଧି ଦୌଡ଼ିବାର ଅନୁଭୂତି କେମିତି ଥିଲା ଆଉ ଏନେଇ କଣ ଥିଲା ତାଙ୍କର ମୂଳ ଲକ୍ଷ୍ୟ ଆସନ୍ତୁ ତାଙ୍କ ସହ କଥା ହେବା ତାଙ୍କ ପ୍ରତିକ୍ରିୟା ନେବା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details