Elephant Terror: ରାତିରେ ଗାଁରେ ବୁଲୁଛି ହାତୀ, ଛାନିଆ ଲୋକେ
Published : Aug 26, 2023, 12:45 PM IST
ଅନୁଗୋଳ:ଗାଁରେ ବୁଲୁଛି ଜଙ୍ଗଲୀ ହାତୀ । ରାତି ଅଧରେ ଗାଁ ଭିତରେ ହାତୀକୁ ଦେଖି ଆତଙ୍କିତ ଲୋକେ । ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ କୁମୁରିସିଙ୍ଗା ଗାଁରେ ଦନ୍ତାହାତୀ ଆତଙ୍କ ଦେଖାଦେଇଛି । ଗୋଟିଏ ଦନ୍ତାହାତୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହାତୀ ଭୟରେ ଲୋକେ ଘରେ କବାଟ ବନ୍ଦ କରି ରହିଥିବା ବେଳେ କେତେକ ଲୋକ ଛାତ ଉପରେ ଆଶ୍ରୟ ନେଇଥିବା ଜଣାପଡିଛି । ପ୍ରକାଶ ଥାଉକି, ଅନୁଗୋଳ ବନ୍ତଳା ବନାଞ୍ଚଳ ସୀମାନ୍ତରେ ଗୋଟିଏ ଦନ୍ତାହାତୀ ବ୍ୟାପକ କ୍ଷୟକ୍ଷତି କରୁଥିଲା । ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ ଘର ପାଖ ନାଳକୁ ଯାଇଥିବା ବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ବନାଞ୍ଚଳର ଶଙ୍କର ବିଶ୍ୱାଳ ଟାକୁଆ ନାଳକୁ ଶୌଚ ହେବାକୁ ଯାଇ ଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ଏବଂ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏନେଇ ଲୋକମାନେ ଅନୁଗୋଳ ବନ୍ତଳା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଅନୁଗୋଳରେ ଥମୁନି ହାତୀ ଆକ୍ରମଣ: 2 ଜଣଙ୍କୁ ଦଳିଦେଲା ଦନ୍ତା, ରାସ୍ତା ଅବରୋଧ କଲେ ଲୋକେ
ଇଟିଭି ଭାରତ, ଅନୁଗୋଳ