ଓଡିଶା

odisha

ETV Bharat / videos

ଜନବସତି ମୁହାଁ ଜଙ୍ଗଲୀ ହାତୀ, ଭୟଭୀତ ଲୋକେ

By

Published : Jan 10, 2023, 8:58 AM IST

Updated : Feb 3, 2023, 8:38 PM IST

ପୁରୀ: ଜିଲ୍ଲାରେ ହାତୀ ଆତଙ୍କ । ସହର ଉପକଣ୍ଠରେ ପଶିଛି ଜଙ୍ଗଲୀ ହାତୀ । ହାତୀ ଆତଙ୍କ ନେଇ ଭୟଭୀତ ସହରବାସୀ । ବାଲିଗୁଆଳୀ ବାଲୁଖଣ୍ଡ ଜଙ୍ଗଲରେ ପଶିଛି ହାତୀ । ହାତୀକୁ ଘଉଡାଇବାକୁ ପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି । ଗତକାଲି(ସୋମବାର) ଚନ୍ଦନପୁରରେ ହାତୀ ଆତଙ୍କ ଖେଳାଇ ଥିବା ବେଳେ ରାତିରେ ପୁରୀ ସହରର ମାଟିତୋଟା, ଖଣ୍ଡିଆ ବନ୍ଧ ଅଞ୍ଚଳରେ ହାତୀଟି ପ୍ରବେଶ କରିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁୟା ଭୟ ଖେଳି ଯାଇଥିଲା। ବିଳମ୍ବିତ ରାତିରେ ହାତୀଟି ପୁରୀ ଉପକଣ୍ଠରେ ପ୍ରବେଶ କରିଥିଲା। ପୁରୀ ସହର ଭିତରକୁ ଯେପରି ହାତୀ ଟି ନପହଞ୍ଚିବ ସେଥିପାଇଁ ବନ ବିଭାଗ ପକ୍ଷରୁ ହାତୀ ଉପରେ କଡ଼ା ନଜର ରଖାଯାଇଥିଲା । ବର୍ତ୍ତମାନ ହାତୀଟି ଏବେ ପୁରୀ ବାଲିଗୁଆଳି ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଥିବା ଜଣା ପଡିଛି । ରାତି ସାରା ପୋଲିସ୍ ଓ ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ଜଗି ରହିଛନ୍ତି । ହାତୀଟି କେଉଁଠି ଅଛି ଖୋଜା ଚାଲିଛି । ହାତୀଟି ଯେଭଳି ଜନ ବସତି ଅଞ୍ଚଳକୁ ପଶି ନଆସେ ସେ ନେଇ ବନ ବିଭାଗ ସଜାଗ ରହିଛି । ଗତ ଦୁଇଦିନ ହେବ ଜିଲ୍ଲାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ପୁରୀ ଚନ୍ଦନପୁ୍ର ଅଞ୍ଚଳରେ ଦିନସାରା ଆତଙ୍କ ମଚାଇ ଥିଲା ହାତୀ । ଲୋକଙ୍କ ବାଡ଼ିରେ ପସି ଗଛ ଭାଙ୍ଗି ଦେଇଥିଲା । ଏହି ହାତୀଟି ଡେଲାଙ୍ଗ ଅଞ୍ଚଳ ଗତ ଦୁଇଦିନ ତଳେ ବୁଲୁଥିବା ଦେଖା ଦେଇଥିଲା । ସ୍ଥିତି ଦେଖି ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ କି ନାହିଁ ନିଷ୍ପତ୍ତି ନେବ ବନ ବିଭାଗ ।
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details