Eid-Ul-Adha: କୁର୍ବାନୀର ପର୍ବକୁ ଧୁମଧାମରେ ପାଳିଲେ ଇସଲାମ ସମ୍ପ୍ରଦାୟ - eid ul juha
ବଲାଙ୍ଗୀର:ପବିତ୍ର କୁର୍ବାନିର ପର୍ବ ଇଦ୍ ଉଲ ଅଧା ପାଳିତ ହୋଇଛି। ସାମୁହିକ ନମାଜ ପାଠ ପରେ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଛି। ଆଜି ପବିତ୍ର ଇଦ୍ ଉଲ ଅଧା ପର୍ବ ହୋଇଥିବାବେଳେ ଏହାକୁ ନେଇ ସବୁଠି ମୁସଲମାନ ଭାଇଭଉଣୀ ବଡ ଉତ୍ସାହର ସହ ପାଳନ କରୁଛନ୍ତି। ତେବେ ବଲଙ୍ଗୀରରେ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି ଇସଲାମ ସମ୍ପ୍ରଦାୟର ଲୋକେ। ଯେଉଁଥିରେ ସେମାନେ ସାମୁହିକ ନମାଜ ପାଠ କରିବା ସହ ସାରା ବିଶ୍ୱର ମଙ୍ଗଳ କାମନା କରିଥିବା କହିଛନ୍ତି।
ତେବେ ବଲାଙ୍ଗୀରରେ ଏହି ସମର୍ପଣର ପର୍ବ ଇଦ ଉଲ ଅଧାକୁ ଆଜି ବଡ ଉତ୍ସାହର ସହକାରେ ମୁସଲମାନ ଭାଇ ଭଉଣୀମାନେ ପାଳନ କରିଥିବା ଦେଖିବାକୁ ମିଳିଛି। ଏନେଇ ମୁସଲମାନ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ସୁନ୍ନୀ ସଦର ମସଜିଦରେ ସାମୁହିକ ଭାବେ ନମାଜ ପାଠ କରିଛନ୍ତି। ସେହିପରି ନିଜର ଉନ୍ନତି ସାଙ୍ଗକୁ ସାରା ବିଶ୍ଵର ଶାନ୍ତି ଓ ମୈତ୍ରୀ ପାଇଁ ମିଳିତ ଭାବେ ପ୍ରାର୍ଥନା କରିଛନ୍ତି । ସେହିପରି ନିଜ ପୂର୍ବ ପୁରୁଷଙ୍କୁ ମନେ ପକାଇ 'କୁର୍ବାନି' ଅର୍ଥାତ୍ 'ସମର୍ପଣ' ମଧ୍ୟ କରିଛନ୍ତି। ସମସ୍ତେ ପରସ୍ପରକୁ ଇଦ୍ ଉଲ ଅଜାହର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେହିପରି ଗରିବ ଲୋକଙ୍କୁ ଦାନ ଧର୍ମ ଭଳି କାର୍ଯ୍ୟ ମଧ୍ୟ କରିଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ବଲାଙ୍ଗୀର ମାଲପଡା ସ୍ଥିତ ସୁନ୍ନି ସଦର ମସଜିଦରେ ସକାଳୁ ସବୁ ମୁସଲମାନ ଭାଇମାନେ ଏକାଠି ହୋଇ ଇଦ୍ ଉଲ ଅଜାହର ନମାଜ ପାଠ କରିଛନ୍ତି। ସେପଟେ ଇଦ୍ ଖୁବ ଧୁମଧାମରେ ଆଜି ପାଳନ କରାଯାଉଛି ବୋଲି କହିଛନ୍ତି ସୁନ୍ନି ସଦର ମସଜିଦର ଇମାମ ମୌସାଦ ରାଜା । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଆଜି ସକାଳୁ ଏଠାରୋ ସମସ୍ତେ ନମାଜ ପାଠ କରିଥିବା ଦେଖିବାକୁ ମିଳିଥିଲା। ତେବେ ବିଶ୍ୱରେ ଯେମିତି ଶାନ୍ତି ମୈତ୍ରୀ ସ୍ଥାପିତ ହେବ ସେଥିପାଇଁ ସାମୁହିକ ପ୍ରାର୍ଥନା କରୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଅବସରରେ ସେ ଶିଖ, ଇଶାଇ, ହିନ୍ଦୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହାସହ ଇଦ୍ ଉଲ ଅଧା ଉପଲକ୍ଷେ ସମସ୍ତ ଇସଲାମ ଧର୍ମାବଲମ୍ବୀ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି। ସମାନ ଭାବରେ ନମାଜ ପରେ ଏମାନେ ନିଜ ପୂର୍ବ ପୁରୁଷକୁ ମନେ ପକାଇ କୁର୍ବାନି ଅର୍ପଣ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ତେବେ ପରମ୍ପରା ଅନୁସାରେ ବଲାଙ୍ଗୀରରେ ମୁସଲମାନ ଭାଇ ଭଉଣୀମାନେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଏହି କୁର୍ବାନି ଅର୍ପଣ କରିବେ। ସବୁ ବର୍ଷ ପରି ଚଳିତ ଥର ମଧ୍ୟ ବଲାଙ୍ଗୀରରେ ମୁସଲମାନ ସମ୍ପ୍ରଦାୟର ଲୋକେ ଏହାକୁ ଅତି ଧୁମଧାମରେ ପାଳନ କରୁଛନ୍ତି। ସେମାନଙ୍କ ଘର ପରିବାର ମିଳିତ ଭାବରେ ପୂର୍ବ ପୁରୁଷଙ୍କୁ ମନେ ପକାଇ ଆଜିର ଦିନକୁ ସମର୍ପଣ କରିଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର