ଓଡିଶା

odisha

ଧରାପୃଷ୍ଠକୁ ଅବତରଣ କରିବେ ଦୁର୍ଗତି ନାଶିନୀ ମା‘ ଦୁର୍ଗା

ETV Bharat / videos

ଆସୁଛନ୍ତି ଦୁର୍ଗତି ନାଶିନୀ ମା‘ ଦୁର୍ଗା, ଆରମ୍ଭ ହୋଇଯାଇଛି ବିଭିନ୍ନ ମଣ୍ତପମାନଙ୍କରେ ପ୍ରତିଯୋଗିତା - ଦୁର୍ଗତି ନାଶିନୀ ମା‘ ଦୁର୍ଗା

By ETV Bharat Odisha Team

Published : Oct 19, 2023, 7:00 AM IST

ଅନୁଗୋଳ: ଧରାପୃଷ୍ଠକୁ ଅବତରଣ କରିବେ ଦୁର୍ଗତି ନାଶିନୀ ମା‘ ଦୁର୍ଗା । ସେଥିପାଇଁ ପୁରପଲ୍ଲୀଠାରୁ ନଗର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ । ଅନୁଗୋଳ ସହରରେ ମଧ୍ୟ ଦେଖିବାକୁ ଏହାର ଝଲକ । କେବଳ ସହର କାହିଁକି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ମଣ୍ଡପରେ ପୂଜା ପାଇବେ ମା‘ । ଯେଉଁଠି ଦେଖିଲେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ ଚାଲିଛି । ମାଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ରୂପରେ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି କମିଟର କର୍ମକର୍ତ୍ତା । ଅଷ୍ଟମୀପୂର୍ବରୁ ମାଣ୍ଡପର ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପେଣ୍ତାଲ କର୍ମକର୍ତ୍ତା । କାହାର ତୋରଣ, କାହାର ମୂର୍ତ୍ତି ଓ କାହାର ସାଜସଜ୍ଜା କେତେ ସୁନ୍ଦର ହେବ ସେନେଇ ଅକୁହା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଭିନ୍ନ ପ୍ରକାରର ଦୋଳି, ଶତାଧିକ ଉଠା ଦୋକାନ ଏବେଠାରୁ ଦେଖିବାକୁ ମିଳିଛି । ଉତ୍କଣ୍ଠାର ସହ ଭକ୍ତମାନେ ଚାହିଁ ବସିଛନ୍ତି ମା'ଙ୍କ ଅଗମାନକୁ । ସହରର ହେମସୁର ପଜା ଅମଲା ପଡା, ଦଶହରା ପଡିଆ ଆଦି ମଣ୍ଡପରେ ଚାଲିଛି ପୂଜା ପ୍ରସ୍ତୁତି । 

ଏହା ମଧ୍ୟ ପଢନ୍ତୁ...Durga Puja Special: ଷୋଡଶ ଉପଚାର ପୂଜା ବେଳେ ମା’ ବିମଳାଙ୍କ ଦର୍ଶନ କାହିଁକି ଗର୍ଭବତୀଙ୍କୁ ମନା

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details