ଓଡିଶା

odisha

ନୀଳକଣ୍ଠପୁରର ନିଆରା ପରମ୍ପରା, ମୁଣ୍ଡରେ ଝୁଣା ଆଳତୀ କରି ମାଆଙ୍କୁ ଆବାହନ

ETV Bharat / videos

ନୀଳକଣ୍ଠପୁରର ନିଆରା ପରମ୍ପରା, ମୁଣ୍ଡରେ ଝୁଣା ଆଳତୀ କରି ମାଆଙ୍କୁ ଆବାହନ - ଶାରଦୀୟ ଦୁର୍ଗାପୂଜା 2023

By ETV Bharat Odisha Team

Published : Oct 24, 2023, 7:13 AM IST

ଭଦ୍ରକ: ଭଦ୍ରକରେ ଧୁମଧାମରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା । ସନ୍ଥିଆ ସ୍ଥିତ ନୀଳକଣ୍ଠପୁର ଠାରେ ପବିତ୍ର ଦୁର୍ଗା ପୂଜା ଅବସରରେ ନିଆରା ଝୁଣା ଆଳତୀ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନସିକ ଧାରୀମାନେ ରୀତିନୀତି ଅନୁଯାୟୀ ଝୁଣା ଆଳତୀ ପରିକ୍ରମା କାର୍ଯ୍ୟକ୍ରମ କରିଥିଲେ। ଏଠାରେ ଦୀର୍ଘ ବର୍ଷ ଧରି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ବଙ୍ଗୀୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇ ଆସୁଛି ।

ଏହାମଧ୍ୟ ପଢନ୍ତୁ..ବଲାଙ୍ଗୀରରେ ନବଦିନାତ୍ମକ ପୂଜା, ମା'ଙ୍କ ନଅ ରୂପରେ ନବ କୁମାରୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ

ମଣ୍ଡପରେ ବିଶେଷତ୍ଵ ହେଉଛି ଏଠାରେ ଶତାଧିକ ମାନସିକଧାରୀ ଏବଂ ମାନସିକ ପୂର୍ଣ୍ଣ ହୋଇଥିବା ମହିଳା ତଥା ପୁରୁଷ ଏକତ୍ରିତ ହୋଇ ମା ଦୂର୍ଗାଙ୍କ ସମ୍ମୁଖରେ ମୁଣ୍ଡରେ ଝୁଣା ରଖି ଝୁଣା ପାଠ କରିବା ସହ ମଣ୍ଡପ ଚାରିପଟେ ସମର୍ପିତ ମନୋଭାବ ନେଇ ମା ଦୁର୍ଗାଙ୍କୁ ଆବାହନ କରିବା ସହ ପରିକ୍ରମା କରିଥାନ୍ତି । ଯାହା କି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନିଆରା ପରମ୍ପରା ।

ମାନସିକ ପୂରଣ ହେଲା ପରେ ମା ଦୁର୍ଗାଙ୍କ ପାଖରେ ସାଳନ୍ଦୀ ନଦୀରୁ ବୁଡ଼ ପକାଇ ମା' ଦୁର୍ଗାଙ୍କ ପାଖରେ ମୁଣ୍ଡରେ ଝୁଣା ଜାଳିବା ସହ ଝୁଣା ଆଳତୀ କରିଥାନ୍ତି । ପ୍ରତିବର୍ଷ ମାଆ ଦୁର୍ଗାଙ୍କ ପାଖରେ ଶହ ଶହ ଶ୍ରଦ୍ଧାଳୁମାନେ ଆସି ରୀତିନୀତି ଅନୁଯାୟୀ ଏହି ଝୁଣା ଆଳତୀ କରିଥାନ୍ତି । ଏହି ମଣ୍ଡପରେ ଜଗତ ଜନନୀ ମାଆ ଦୁର୍ଗାଙ୍କର 5 ଦିନ ଧରି ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜା କରାଯାଏ । ଅନ୍ୟ ପକ୍ଷରେ ଏହି ଝୁଣା ପାଠ ସମୟରେ ମା ଦୂର୍ଗା ଭକ୍ତଙ୍କ ଦେହରେ ଆବିର୍ଭାବ ହେବା ସହ ଦାସୀ ଆସୁଥିବା ଦେଖିବାକୁ ମିଳିଥାଏ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details