ଓଡିଶା

odisha

ଚଳଚଞ୍ଚଳ ବାବା ଗୋରେଖନାଥ ପୀଠ

By ETV Bharat Odisha Team

Published : Jan 1, 2024, 10:48 PM IST

ETV Bharat / videos

ଚଳଚଞ୍ଚଳ ବାବା ଗୋରେଖନାଥ ପୀଠ

Devotees at Baba Gorakhnath: ଜଗତସିଂହପୁର: ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ଆଜି ନୂଆବର୍ଷ ଅବସରରେ ପ୍ରବଳ ଜନ ସମାଗମ ହୋଇଛି । ରାତି 3ଟା ସମୟରୁ ପ୍ରଭୁ ଗୋରେଖନାଥଙ୍କ ପହୁଡ଼ ଖୋଲାଯିବା ପରେ ମଙ୍ଗଳ ଆଳତୀ ଓ ପରେ ଅଭିଷେକ ଅନୁଷ୍ଠିତ ହୋଇଥିଲା । ଭୋର 4ଟା ସୁଦ୍ଧା ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷ ହେବାପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ରାତିରୁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଭକ୍ତ ବ୍ୟାରିକେଟ ଜରିଆରେ ବେଢାରେ ପ୍ରବେଶ କରି ମହାଦେବ ଦର୍ଶନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ଆସି ଦର୍ଶନ କରିଥିଲେ । ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି, ଯେ ନୂଆ ବର୍ଷରେ ମହାପ୍ରଭୁ ଗୋରେଖ ନାଥ ଦର୍ଶନ କଲେ ବର୍ଷ ତମାମ ଶୁଭ ହୋଇଥାଏ ।ଏହି ବିଶ୍ୱାସକୁ ନେଇ ଭକ୍ତମାନଙ୍କ ଗହଳି ଜମିଥିଲା ।

 ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅନ୍ତର୍ଗତ କୋରକେରା ଗ୍ରାମରେ ଅଧିଷ୍ଠିତ ଏହି ବିଭୁତି କ୍ଷେତ୍ରର ମହିମା ତତୁଳନୀୟ ।ଏହି ପୀଠରେ କେଉଁ ଆବହମାନ କାଳରୁ ଧୁନି ଜଳି ଆସୁଛି ।ନାଥ ସମ୍ପ୍ରଦାୟର ଜଣେ ସାଧୁ ଏଠାରେ ଧୁନି ଲଗାଇ ଭଗବାନ ଶିବଙ୍କୁ ଆରାଧନା କରିଥିଲେ । ସେହିଦିନ ଠାରୁ ଏହିଠାରେ ଧୁନି ପ୍ରଜ୍ବଳିତ ହୋଇ ରହିଛି । ଧୁନିରୁ ବାହାରୁ ଥିବା ବିଭୂତିକୁ ନେଇ ଭକ୍ତମାନେ ବିଭିନ୍ନ କାର୍ଯ୍ୟରେ ଲଗାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ....ନୂଆବର୍ଷରେ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଅନ୍ୟପଟେ ଗୃହ ପାଳିତ ପଶୁର ଦେହ ଖରାପ ହେଲେ ବିଭୁତିକୁ ଲଗାଇଦେଲେ ପଶୁ ସୁସ୍ଥ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି ।ସେହିଭଳି ସାପ କାମୁଡି ଥିବା ବ୍ୟକ୍ତି ଏହି ସ୍ଥାନରୁ ବିଭୁତି ନେଇ କ୍ଷତ ସ୍ଥାନରେ ଲଗାଇଦେଲେ ରୋଗୀ ସୁସ୍ଥ ହୋଇଯାଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।ଆସ୍ଥା ଓ ବିଶ୍ୱାସର ପ୍ରତୀକ ବାବା ଗୋରେଖ ନାଥ ପୀଠ । ସେହି ବିଶ୍ଵସକୁ ପାଥେୟ କରି ନୂଆବର୍ଷରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ସମାଗମ ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details