ଶିବଲିଙ୍ଗରେ ଜଳାଭିଷେକ କଲେ କାଉଡିଆ ଭକ୍ତ
ବ୍ରହ୍ମପୁର: ଶିବଲିଙ୍ଗରେ ଜଳାଭିଷେକ କଲେ କୁନି କାଉଡିଆ ଭକ୍ତ । ବ୍ରହ୍ମପୁର ସହରର କପିଳେଶ୍ବର ମନ୍ଦିରକୁ କୁନି କାଉଡ଼ିଆମାନେ ଜଳଭାର ନେଇ ଜଳାଭିଷେକ କରିଛନ୍ତି । ଦୀର୍ଘ ବର୍ଷ ପରେ ଚଳିତବର୍ଷ ଯୋଡ଼ା ଶ୍ରାବଣ ମାସ ରହିଥିବାରୁ ଏହାକୁ ନେଇ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମୁଖ୍ୟତଃ ବ୍ରହ୍ମପୁର ସହରର ଉପକଣ୍ଠରେ ରହିଥିବା ଲାଠି ଜଳାଶ୍ରୟ ସମେତ ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ନଦୀ ପୀଠ, ପୁରଷୋତ୍ତମପୁର ସ୍ଥିତ ପ୍ରତାପୁର ନଦୀ, ଚିକିଟିର ବାହୁଦା ନଦୀପୀଠ ଭଳି ସ୍ଥାନରେ କାଉଡ଼ିଆ ଭକ୍ତମାନେ ପବିତ୍ର ଜଳାଶୟରୁ ଜଳ ନେଇ ଆସିବା ପରେ ଜଳଭାର ବିଭିନ୍ନ ଶୈବପୀଠରେ ଯାଇ ଜଳାଭିଶେଷ କରିଥିଲେ । ଏପରିକି ବୋଲବମ୍ ଭକ୍ତମାନେ ଯେପରି ମହାଦେବଙ୍କ ନିକଟରେ ଜଳଲାଗି କରିପାରିବେ ସେ ନେଇ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୁରାଣ ଅନୁଯାୟୀ ଶ୍ରାବଣ ମାସରେ ଶିବଙ୍କ ପୀଠରେ ଜଳାଭିଷେକ କଲେ ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ କପିଳେଶ୍ୱର ଶୈବପୀଠରେ ଜଳାଭିଶେଷ କରିବାକୁ ଆସିଥିବା କୁନି କାଉଡ଼ିଆ ଭକ୍ତଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ଏହା ମଧ୍ୟ ପଢନ୍ତୁ- ଅଧାରେ ରହିଲା ମହାଦେବଙ୍କ ଜଳାଭିଷେକ, ଶାଳନ୍ଦୀ ନଦୀରେ ଭାସିଗଲେ ୨ କାଉଡିଆ
ଇଟିଭି ଭାରତ, ବ୍ରହ୍ମପୁର