ଓଡିଶା

odisha

Kartik Purnima: ଡଙ୍ଗା ଭସାଇ ବଳଦେବଜୀଉଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

By

Published : Nov 8, 2022, 8:35 AM IST

Updated : Feb 3, 2023, 8:31 PM IST

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବିଭିନ୍ନ ଜଳାଶୟ ଗୁଡିକରେ ଡଙ୍ଗା ଭସାଇ ମାସକର ଧର୍ମ ମାଗିଛନ୍ତି ହିନ୍ଦୁ ଧର୍ମାବଲମ୍ବୀ । କେନ୍ଦ୍ରାପଡ଼ାରେ ପାହାନ୍ତାରୁ ନଦୀ ପୋଖରୀରେ ପୂଜାର୍ଚ୍ଚନା କରି ଆ କା ମା ବୈ ଗୀତ ଗାଇ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭିଡ଼ ପରିଲକ୍ଷିତ ହୋଇଛି । ଚନ୍ଦ୍ରଗ୍ରହଣ ଯୋଗୁଁ ମଧ୍ୟରାତ୍ର ୧୨ ଘଟିକାରୁ ମଙ୍ଗଳ ଆଳତୀ କାର୍ଯ୍ୟ ସମାପନ ପରେ ପ୍ରାତଃ ୬ ଘଟିକା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଓ ଦର୍ଶନ ହେଉଥିବାରୁ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଇଟିଭି ଭାରତ, କେନ୍ଦ୍ରାପଡ଼ା
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details