‘ମୋ ୱାର୍ଡ ଅଭିଯାନ’ରେ ଶିଳ୍ପାଞ୍ଚଳ ଜଗତପୁରର ହେବ ଦୂର ସବୁ ସମସ୍ୟା: ମେୟର
କଟକ: ୱାର୍ଡରେ ସୁଧୁରୁଛି ସମସ୍ୟା । କଟକର 59ଟି ୱାର୍ଡର ସର୍ବାଙ୍ଗୀନ ବିକାଶ ପାଇଁ ସିଏମସି ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ୱାର୍ଡ ଅଭିଯାନର’ ପ୍ରଭାବ ପଡୁଥିବା ମେୟର କହିଛନ୍ତି । ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମରେ ଗତକାଲି(ଶନିବାର) ଜଗତପୁର ଅଞ୍ଚଳର ୪୯ନମ୍ବର ୱାର୍ଡରେ କିପରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ସେନେଇ ମେୟର, ସିଏମସି କମିଶନର ଏବଂ ଡେପୁଟି ମେୟର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି । ଡ୍ରେନେଜ, ରାସ୍ତାଘାଟ, ପାର୍କିଂ, ପୋଖରୀ ଉନ୍ନତିକରଣ ଇତ୍ୟାଦିର କାର୍ଯ୍ୟ ସମୀକ୍ଷା ସହ ଏହାର ସ୍ଥାୟୀ ସମାଧାନ ଉପରେ ଆଲୋଚନା ହୋଇଛି ।
ମେୟର ସୁବାସ ସିଂ କହିଛନ୍ତି, ‘‘ ଜଗତପୁରରେ ଯେଉଁ ରାସ୍ତାଘାଟ ସମସ୍ୟା ରହିଛି ତାହା ଏହି ଅଭିଯାନ ଦ୍ବାରା ଦୂର ହେବ । ଏନେଇ ଏକ ଆୟ ଅଟକଳ ଧର୍ଯ୍ୟ କରଯାଇଛି । ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ । ଏହାଛଡା ବିଭିନ୍ନ ପ୍ରୋଜେକ୍ଟର ସମୀକ୍ଷା, ଡ୍ରେନ , ଯାଇକା, ପରିମଳ ଦିଗକୁ ସମୀକ୍ଷା କରାଯାଉଛି । ଶୁକ୍ରବାର ଓ ଶନିବାର ଦୁଇ ଦିନ ଏହି ୱାର୍ଡର ଲୋକମାନଙ୍କ ସମସ୍ୟା ବୁଝିବା ସହ ସମାଧାନ କରିବା ପାଇଁ ପ୍ରୟାସ କରାଯାଉଛି ।’’
ଇଟିଭି ଭାରତ, କଟକ