ଓଡିଶା

odisha

ସରିଲା ଭସାଣି,କଟକ ବାସୀଙ୍କୁ ଅଶେଷ ଧନ୍ୟବାଦ: ଡିସିପି

ETV Bharat / videos

ଶାନ୍ତି ଶୃଙ୍ଖଳାରେ ସରିଲା ଭସାଣି,କଟକ ବାସୀଙ୍କୁ ଧନ୍ୟବାଦ ଦେଲେ ଡିସିପି - ଦୁର୍ଗା ପୂଜା ବିସର୍ଜନ ୨୦୨୩

By ETV Bharat Odisha Team

Published : Oct 27, 2023, 6:06 PM IST

କଟକ:କଟକରେ ଶେଷ ହୋଇଛି ଦୁର୍ଗା ପୂଜା । ବେଶ ଆଡ଼ମ୍ବର ସହ କଟକର 170ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ହୋଇଛି । ତେବେ କଟକର ଯେଉଁ ପରି ଭାବରେ ଶାନ୍ତି ଶୃଙ୍ଖଳାରେ ମାଆଙ୍କୁ ମେଲାଣି ଦିଆଯାଇଛି, ତାହା ବେଶ ପ୍ରଶଂସନୀୟ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିସିପି । କାହିଁକି ନାଁ କେଉଁଠାରେ ମଧ୍ୟ ବାଦ ବିବାଦ କି ଝଗଡା ଇତ୍ୟାଦି ଦେଖିବାକୁ ମିଳିନାହିଁ । ଏହା ସମ୍ଭବ ହେଇଛି କେବଳ କଟକ ବାସୀଙ୍କ ସାହାଯ୍ୟ ପାଇଁ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ପୂଜା ଆରମ୍ଭରୁ କଟକରେ ଛାଉଣୀ ହୋଉଥିଲେ ପୋଲିସ । କୌଣିସି ପ୍ରକାର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ଥିଲା ପ୍ରଶାସନ ।

କଟକ ଡିସିପି କହିଛନ୍ତି,"ଚଳିତବର୍ଷ ସହରରେ 32ଟି ଚାନ୍ଦି ମେଢ଼ ହୋଇଥିଲା ସେଠାରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା । ୫ ଦିନର ପୂଜା ସରିବା ପରେ ଭସାଣି କାର୍ଯ୍ୟକ୍ରମ ପାଇଁ ପୋଲିସର ସ୍ଵତନ୍ତ୍ର ଯୋଜନା ମଧ୍ୟ ସଫଳ ହୋଇଛି । ପୂଜା କମିଟି ସହ ଯେଉଁ ଆଲୋଚନା ହୋଇଥିଲା, ତାହା ମଧ୍ୟ ଭସାଣି ସମୟରେ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ସହ ଗୋଟିଏ ପରେ ଗୋଟିଏ ମେଢ଼ ଦେବୀଗଡା ଯାଇଥିଲା । କୌଣସି ମଣ୍ଡପ ମଧ୍ୟରେ ବିବାଦ ମଧ୍ୟ ନଥିଲା । ପୋଲିସ ପାଇଁ ଏଭଳି ସମୟ ବେଶ ଚ୍ୟାଲେଞ୍ଜ ରହିଥାଏ । କିନ୍ତୁ କଟକବାସୀଙ୍କ ଅପୂର୍ବ ସମର୍ଥନ ପୋଲିସକୁ ସଫଳତା ଦେବାରେ ଅଧିକ ସାହାଯ୍ୟ କରିଛି ।" ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ଡିସିପି ପିନାକ ମିଶ୍ର । 

ଏହା ମଧ୍ୟ ପଢନ୍ତୁ...କାହିଁକି ଭସାଣର ଦିନକ ପରେ ଫିରିଙ୍ଗି ବଜାର ମେଢ଼ ବାହାରେ ଶୋଭାଯାତ୍ରାରେ ?

ଇଟିଭି ଭାରତ,କଟକ

ABOUT THE AUTHOR

...view details