ଓଡିଶା

odisha

ଠିକା ସଂସ୍ଥା ବିରୁଦ୍ଧରେ ଗର୍ଜିଲେ କର୍ମଚରୀ

ETV Bharat / videos

ପୁନଃ ନିଯୁକ୍ତି ଦାବିରେ ଧାରଣା ଦେଲେ ଠିକା କର୍ମଚାରୀ, ରୋଗୀସେବା ବାଧାପ୍ରାପ୍ତ - ଠିକା ସଂସ୍ଥା ବିରୁଦ୍ଧରେ ଗର୍ଜିଲେ କର୍ମଚରୀ

By

Published : Mar 22, 2023, 8:23 PM IST

କେନ୍ଦୁଝର:ଠିକା ସଂସ୍ଥା ବିରୁଦ୍ଧରେ ଗର୍ଜିଲେ କର୍ମଚରୀ । ୫୦ରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ଏଡିଏମଓ ଓ ସିଡିଏମଓ କାର୍ଯ୍ୟାଳୟ କଲେ ଘେରାଉ । ଦିନକୁ ଦିନ ସରକାର ସମସ୍ତ ସରକାରୀ ସଂସ୍ଥାଗୁଡିକରେ ବେସରକାରୀ ଠିକା ସଂସ୍ଥା ଦ୍ବାରା କର୍ମଚାରୀ ନିୟୋଜିତ ହେଉଛନ୍ତି । ଏହି ଠିକା ସଂସ୍ଥା ଗୁଡିକରେ କାମ କରି ବହୁ ଶିକ୍ଷିତ ଯୁବକ ଯୁବତୀ ନିଜ ପରିବାର ପ୍ରତି ପୋଷଣ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବହୁ ସମୟରେ ନିୟୋଜିତ ଶିକ୍ଷିତ ଯୁବକଯୁବତୀଙ୍କୁ ଠକିସଂସ୍ଥା  ଠକିବାର ଅଭିଯୋଗ ହେଉଛି । କେତେବେଳେ ଦରମା ପ୍ରଦାନରେ ତ କେତେବେଳେ କର୍ମ ନିଯୁକ୍ତି ନେଇ ।  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଭିଯୋଗ ହୋଇଛି । ଆଜି ପଚାଶରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ଏଡିଏମଓ ଓ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ସମୟରେ ସମସ୍ତ ଠିକା କର୍ମଚାରୀ କାର୍ଯ୍ୟ ବନ୍ଦ ରଖିଥିଲେ । ଫଳରେ ଦୀର୍ଘ ସମୟ ଧରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା । ଠିକା କର୍ମଚାରୀଙ୍କ ଅଭିଯୋଗ ଥିଲା ଯେ ସେମାନେ କୋଭିଡ ସମୟରୁ ଏକ ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ସମ୍ପାଦନ କରିଥିଲେ । କିନ୍ତୁ ଅନ୍ୟ ଏକ ଠିକା ସଂସ୍ଥା ଏହି ଚିକିତ୍ସାଳୟ କାର୍ଯ୍ୟ ଠିକା ପାଇବା ପରେ ପୂର୍ବତନ ସମସ୍ତ ଠିକା କର୍ମଚାରୀଙ୍କୁ ବାହାର କରି ଦେଇଛି । ଫଳରେ ୬୨ରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ନିଜ ଜୀବନ ଜୀବିକା ହରାଇଛନ୍ତି ।  ସମସ୍ତ ଠିକା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି କରିବା ସହ ଏଡିଏମଓ ଓ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details