ଓଡିଶା

odisha

ଡୁବୁଡୁବି ନଦୀ ଉପରେ ୧୦ ବର୍ଷ ହେଲା ଚାଲିଛି ପୋଲ ନିର୍ମାଣ କାର୍ଯ୍ୟ

ETV Bharat / videos

୧୦ ବର୍ଷ ହେଲା ସରୁନି ପୋଲ କାମ, ତେଜୁଛି ଅସନ୍ତୋଷ

By

Published : May 29, 2023, 6:26 PM IST

ବାଲେଶ୍ଵର: ସାର୍ଥା ପଞ୍ଚାୟତର ଡୁବୁଡୁବି ନଦୀ ଉପରେ ୧୦ ବର୍ଷ ହେଲା ଚାଲିଛି ପୋଲ ନିର୍ମାଣ କାର୍ଯ୍ୟ ।  ଅଧା ଅଧୁରା ହୋଇ ପଡିରହିଥିବା କାର୍ଯ୍ୟ ପ୍ରଶାସନ ଉପରେ ଧ୍ୟାନ ଦେଉନଥିବା ଅଭିଯୋଗ । ଆଜିବି ଡଙ୍ଗାରେ ନଦୀପାର ହେବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ । ଶେଷରେ ଭିନ୍ନ ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି ଗ୍ରାମବାସୀ । ଯୁବନେତା ବିକ୍ରମ ପଣ୍ଡା ଓ ଗ୍ରାମବାସୀ ପାଣି ଭିତରେ ରହି ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ପ୍ରତି ନିର୍ବାଚନରେ ଏହି ଅଞ୍ଚଳକୁ ପ୍ରଚାର କରିବାକୁ ଆସୁଥିବା ନେତାମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ପୋଲ ନିର୍ମାଣ ଶେଷ ପାଇଁ ଦାବି କରିଆସୁଛନ୍ତି । ନିର୍ବାଚନ ଜିତିବା ପରେ ସମସ୍ତେ କଥାରୁ ମୁକୁଳି ଯାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏହି ପୋଲ ଉପରେ 10ରୁ ଊର୍ଦ୍ଧ୍ବ ଗାଁ ନିର୍ଭରଶୀଳ ଥିବା ରହିଛନ୍ତି । ଏହାପରେ ଯଦି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନକରିବେ ତାହାଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି । 

ଇଟିଭି ଭାରତ,ବାଲେଶ୍ଵର 

ABOUT THE AUTHOR

...view details