ଓଡିଶା

odisha

5T secretary Aul Visit

ETV Bharat / videos

କାଲି 5T ସଚିବଙ୍କ ଆଳି ଗସ୍ତ, ଶାନ୍ତିପୂର୍ଣ୍ଣ ବିରୋଧ କରିବ କଂଗ୍ରେସ - ଭିକେ ପାଣ୍ଡିଆନ

By

Published : Apr 27, 2023, 6:10 PM IST

Updated : Apr 27, 2023, 6:34 PM IST

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବଙ୍କ ଆଳି ଗସ୍ତକୁ କଂଗ୍ରେସ ଶାନ୍ତିପୂର୍ଣ୍ଣ ବିରୋଧ କରିବେ ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା । ସ୍ଥାନୀୟ ଆଳି ସ୍ଥିତ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "T ଅର୍ଥ Thief(ଥିଫ)ବା ଚୋର ଏବଂ 5T ଅର୍ଥ 5ଜଣ ଚୋରଙ୍କର ସେକ୍ରେଟାରୀ"  ।  ଆଳିର ବିକାଶକୁ ଏହି ସରକାର ବହୁ ପଛକୁ ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ।  

୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦେବେନ୍ଦ୍ର ନାଥଶର୍ମାଙ୍କର ପ୍ରତିନିଧିତ୍ବ ସମୟରେ ନଳପାହି ସେତୁ, ଶ୍ରୀରାମପୁର ସେତୁ, ବଳିତଳ ଘାଟ ସେତୁ, ଆରଡ଼ି ସେତୁ ଆଦିର ଶିଳାନ୍ୟାସ ହୋଇ ଏଗ୍ରିମେଣ୍ଟ ହୋଇଥିବା ବେଳେ ଏହାର ଏଗ୍ରିମେଣ୍ଟକୁ ନାକଚ କରାଯାଇଥିଲା । ଅନ୍ୟପଟେ ଆଜି ନଳପାହି ନିକଟରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ୨ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସକ ଦାୟୀ ବୋଲି କହିଛନ୍ତି ଦେବେନ୍ଦ୍ର ନାଥଶର୍ମା । ଆସନ୍ତାକାଲି ସକାଳୁ 5T ସଚିବଙ୍କ ଆଳି ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସ୍ଥାନୀୟ କୋଳିଗଛ ଛକ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଗସ୍ତକୁ ବିରୋଧ କରିବ କଂଗ୍ରେସ ।  

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ

ସେହିପରି ଗଙ୍ଗାଧର ପ୍ରସାଦ ଡିଆ ନିକଟରେ ପୋଲ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏହାକୁ କାହିଁକି ରଦ୍ଦ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଆଳି ମେଡିକାଲରେ ୩୦୦ ଶଯ୍ୟା ପୂର୍ବରୁ ରହିଥିବା ବେଳେ ଏବେ ଏହି ମେଡିକାଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ସେହିପରି ଓଳାଭର ଏବଂ କଣ୍ଡିଆହାଟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଦେବେନ୍ଦ୍ର ନାଥଶର୍ମା ଦାବି କରିଛନ୍ତି । ୨ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ଆଜି 5T ସଚିବ ବିଭିନ୍ନ ସ୍ଥାନ ପରିଦର୍ଶନ କରୁଥିବା ବେଳେ ଆସନ୍ତାକାଲି ଆଳିର ପ୍ରସିଦ୍ଧ ବରାହଜୀୟୁ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Apr 27, 2023, 6:34 PM IST

ABOUT THE AUTHOR

...view details