ଓଡିଶା

odisha

ରାହୁଲଙ୍କ ସଦ୍ୟସତା ରଦ୍ଦକୁ ବିରୋଧ,

ETV Bharat / videos

ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ, ସୁଚିନ୍ତିତ ଷଡଯନ୍ତ୍ର କହିଲା କଂଗ୍ରେସ

By

Published : Mar 27, 2023, 1:48 PM IST

ଭୁବନେଶ୍ବର:ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ ପଲ୍ଲୀରୁ ଦିଲ୍ଲୀ ସବୁଠି ବିକ୍ଷୋଭ । କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ସଦସ୍ୟ । ବିଧାନସଭା ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି କଂଗ୍ରେସ ବିରୋଧୀ । ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ସଦସ୍ୟ । ଗଣତନ୍ତ୍ରର ହତ୍ୟା କରାଯାଇଛି ଯେଉଁଠି ଗଣତନ୍ତ୍ରର ପରମ୍ପରା ପାଳନ ହେଉନାହିଁ ସେଠି ଗୃହ ଚାଲିଲେ କି ଲାଭ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେହିପରି ବିଧାୟ ସୁର ରାଉତରାୟ ଓ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଧାୟକ ସୁର ରାଉତରାୟ କହିଛନ୍ତି, ''ଅନ୍ୟାୟ ଭାବେ ଦେଶର ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ହତ୍ୟା କରିଛନ୍ତି । ନେହେରୁ ଓ ଗାନ୍ଧୀ ପରିବାର ଉପରେ ଅତ୍ୟାଚାର କରାଯାଉଛି । ଜଜଙ୍କୁ ହାତ କରି ରାହୁଲଙ୍କ ସଦ୍ୟସତା ରଦ୍ଦ କରାଯାଇ ଗଣତନ୍ତ୍ରଙ୍କୁ ହତ୍ୟା କରାଯାଇଛି ।''

ABOUT THE AUTHOR

...view details