ଓଡିଶା

odisha

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

By ETV Bharat Odisha Team

Published : Nov 29, 2023, 4:18 PM IST

ETV Bharat / videos

ବେକାରୀ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗୀର:ବେକାରୀ ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଛାତ୍ର କଂଗ୍ରେସ । ନିଯୁକ୍ତି ନମିଳିଲେ ଆଗକୁ ତୀବ୍ର ଆନ୍ଦୋଳନ । ସ୍କୁଲ କଲେଜ ସବୁ ସରକାରୀ କାର୍ଯ୍ୟାଳୟରେ ପଦ ପଦବୀ ଖାଲି ପଡ଼ି ମଧ୍ୟ ବେକାରୀ ସମସ୍ୟା ଦେଖାଯାଉଛି । ପଶ୍ଚିମ ଓଡିଶା ପ୍ରତି ସରକାର ଅବହେଳା କରୁଥିବାରୁ ଏଠି କୌଣସି ପ୍ରକାରର ଶିଳ୍ପ କିମ୍ବା କଳକାରଖାନା ଦେଖିବାକୁ ମିଳୁନାହିଁ । ଫଳରେ ଏଠାକାର ଯୁବପିଢ଼ି ସହର ବାହାରେ ଯାଇ ଦାଦନ ଖଟୁଛନ୍ତି । ଓଡ଼ିଶାରେ ବେକାରୀ ସମସ୍ୟା ଗୁରୁତର ଥିବା ଭଳି ନାନା ଅଭିଯୋଗ ଆଣି ଆଜି ବଲାଙ୍ଗୀର ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

ଯେଉଁଥିରେ ବଲାଙ୍ଗୀର ଛାତ୍ର କଂଗ୍ରେସର ସଦସ୍ୟମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଯୁକ୍ତି କ୍ରାନ୍ତି ନାଁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ପଶ୍ଚିମ ଓଡିଶା ତଥା ଓଡ଼ିଶାରେ ବେକାରୀ ସମସ୍ୟା ଗୁରୁତର ହୋଇଛି ବୋଲି କହିଛନ୍ତି ଛାତ୍ର କଂଗ୍ରେସ ପ୍ରବକ୍ତା ନୀତିସ୍ ପ୍ରଧାନ । ତେବେ ବିଜେଡି ସରକାର ଦୀର୍ଘ ଦିନରୁ ଶାସନ କରିବା ସହ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ବେକାରୀ ସମସ୍ୟା ସମାଧାନ ହୋଇପାରିନାହିଁ । ସ୍କୁଲ କଲେଜ ସବୁ ସରକାରୀ କାର୍ଯ୍ୟାଳୟରେ ପଦ ପଦବୀ ଖାଲି ପଡ଼ିଛି । ସେହିପରି ପଶ୍ଚିମ ଓଡିଶାକୁ ସବୁ ବେଳେ ଅବହେଳା କରା ଯାଉଥିବା ବେଲେ ଏଠି ଶିଳ୍ପର ବିକାଶ ପାଇଁ କୌଣସି ପଦକ୍ଷପ ନିଆଯାଉ ନାହିଁ । ଫଳରେ ଏଠିକାର ଲୋକ ରୋଜଗାର ପାଇଁ ଦାଦନ ଖଟିବା ପାଇଁ ଯାଉଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଦୀର୍ଘ ମିଆଦୀ ଯୋଜନା ଆଣି ଏହି ସମସ୍ୟା ସମାଧାନ କରନ୍ତୁ ନହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ବଢ଼ୁଛି ବେକାରୀ ସମସ୍ୟା, ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଏହି ନିଯୁକ୍ତି କ୍ରାନ୍ତି ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେବେ ରାଜ୍ୟରେ ସବୁ ସରକାରୀ କାର୍ଯ୍ୟାଳୟରେ ଦୁଇ ଲକ୍ଷରୁ ଅଧିକ ପଦ ପଦବୀ ଖାଲି ପଡ଼ିଛି । ସେହିପରି ପଶ୍ଚିମ ଓଡିଶାରେ ଏହି ସ୍ଥିତି ଆହୁରି ଉତ୍କଟ ହୋଇଛି । ଏଠି କୌଣସି ଶିଳ୍ପ ନଥିବା କାରଣରୁ ଯୁବକ ଯୁବତୀ ବେକାର ହୋଇ ଶେଷରେ ଦାଦନ ଖଟୁଛନ୍ତି ।" ତେବେ ସରକାର ଶୀଘ୍ର ବେକାରୀ ସମସ୍ୟା ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରନ୍ତୁ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି । 

ABOUT THE AUTHOR

...view details