ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା NDAକୁ ଶକ୍ତ ଧକ୍କା, ଜୋରଦାର ଲଢେଇ ହେବ: ଜୟଦେବ ଜେନା - ଏନ୍ଡିଏ ମେଣ୍ଟ ଗାଦିଚ୍ୟୁତ ହେବ
ଭୁବନେଶ୍ବର: ସାଂସଦ ସଦସ୍ୟତା ଫେରି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରେ ନିର୍ବାଚନ ଆସୁଛି । ଏହା ପୂର୍ବରୁ ରାହୁଲ ସାଂସଦ ପଦ ଫେରିପାଇବା NDA ମେଣ୍ଟକୁ ଶକ୍ତ ଧକ୍କା ଦେଇଛି । ରାହୁଲ ଗାନ୍ଧି ସଦସ୍ୟତା ପଦ ଫେରିପାଇବା ଦ୍ବାରା ଗୃହରେ ବିରୋଧୀ ଇଣ୍ଡିଆ ମେଣ୍ଟ ଆଉ NDA ମଧ୍ୟରେ ଜୋରଦାର ଲଢେଇ ହେବ । ବୟାନବାଜି ଚାଲିବ । ତେବେ ଏନେଇ ଦେଶବ୍ୟାପୀ କଂଗ୍ରେସ ଓ ବିଜେପି ବିରୋଧୀ ନେତା ଓ କର୍ମୀ ଉତ୍ସବ ମନାଇଛନ୍ତି । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଯେଉଁ ସ୍ବରକୁ ଚାପି ଦେବାପାଇଁ NDA ସରକାର ଉଦ୍ୟମ କରିଥିଲେ, ସେଥିରେ ସେମାନେ ବିଫଳ ହୋଇଛନ୍ତି । ୨୦୨୪ ନିର୍ବାଚନ ପାଇଁ ଏହା ବଡ଼ ବାର୍ତ୍ତା ଦେଇଛି । NDA ମେଣ୍ଟ ଗାଦିଚ୍ୟୁତ ହେବ ଏବଂ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ।" ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ପରେ ତାଙ୍କ ପ୍ରତିକ୍ରିୟାରେ ଆଉ କଣ କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁଣନ୍ତୁ । ତାଙ୍କ ସହିତ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡ଼ିଶା ବ୍ୟୁରୋ ଚିଫ୍ ଲାଲ ମୋହନ ପଣ୍ଡା ।
ଏହା ମଧ୍ୟ ପଢ଼ନ୍ତୁ...ସଂସଦକୁ ଫେରିଲେ ରାହୁଲ, ପରସ୍ପରକୁ ମିଠା ଖୁଆଇ କଂଗ୍ରେସର ସେଲିବ୍ରେସନ
ଇଟିଭି ଭାରତ, ଭୁବନେଶ୍ବର