ଓଡିଶା

odisha

କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

By

Published : May 9, 2023, 11:44 AM IST

ETV Bharat / videos

Koraput Bandh: ଆଜି କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

କୋରାପୁଟ:ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ  । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଓ ଚରମ ଅବହେଳା କରୁଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସ କମିଟି ଏହି ବନ୍ଦ ଡକାର ଦେଇଛି  । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ସେଥିପାଇଁ ସକାଳୁ ସମସ୍ତ ଦୋକାନ ବଜାର ସହ ସହରରେ ଅଖ ଚକ ବନ୍ଦ ରହିଛି  । ଜିଲ୍ଲା କଂଗ୍ରେସ ୪ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ କରିଛି  । ଏହି ଦାବିଗୁଡିକ ହେଲା, ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, କେନ୍ଦ୍ରୀୟ ଡ୍ରାଇଭିଂ ତାଲିମ ଗବେଷଣା କେନ୍ଦ୍ର ସ୍ଥାପନ, କୋରାପୁଟର ଯୁବକ ଯୁବତୀମାନଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ ଏବଂ ବନ୍ଦ ପଡିଥିବା ବିଇଡି କଲେଜକୁ ୧୦୦ ସିଟ୍‌ ବିଶିଷ୍ଟ ଅନୁଷ୍ଠାନ ଭାବେ ଗଢ଼ି ତୋଳି ସରକାରଙ୍କ ଦ୍ବାରା ପୁନର୍ବାର ଚାଲୁ କରିବା ।  

ଜିଲ୍ଲା କଂଗ୍ରେସ କମିଟି ବାରମ୍ବାର ଏହି ଦାବି କରିଆସୁଥିଲେ ହେଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା କୃଷ୍ଣ କୂଳଦୀପ ଅଭିଯୋଗ କରିଛନ୍ତି  । ସରକାରଙ୍କ ଏହି ଅଣଦେଖାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସେ ଜଣାଇଛନ୍ତି । ଆଜି ସକାଳୁ କୋରାପୁଟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  । ତେବେ ବନ୍ଦ ପାଳନ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି  । ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ, ଗାଡିମଟର ଚଳାଚଳ ବନ୍ଦ ବନ୍ଦ ରହିଛି । 

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରାକୁ କୋରାପୁଟ ବଣିକ ସଙ୍ଘ, ବସ୍‌ ଓ ଟ୍ରକ ସଙ୍ଘ ସମେତ ଏକାଧିକ ସଙ୍ଘ ସମର୍ଥନ କରିଛନ୍ତି । ବନ୍ଦ ପ୍ରଭାବରେ ରାସ୍ତାରେ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଏପରିକି ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି । 

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details